ଚିନ୍ତା ବଢାଉଛି ଗଞ୍ଜାମ; ଆଖି ବୁଜିଲେ ୨ କରୋନା ରୋଗୀ

ଭୁବନେଶ୍ୱର:  ରାଜ୍ୟରେ ପୁଣି ୨ କରୋନା ରୋଗୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଗଞ୍ଜାମ ଜିଲ୍ଲାର ଓ ଉଭୟ ପୁରୁଷ। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୧୭ ଛୁଇଁଛି।

ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୨୯ ଛୁଇଁଲା। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣେ ୬୬ ବର୍ଷର ପୁରୁଷ । ସେ ହାଇପରଟେନ୍‌ସନରେ ପୀଡିତ ଥିଲେ।  ଅନ୍ୟଜଣେ ମୃତକ ୪୦ ବର୍ଷ ବୟସ୍କ ବ୍ୟକ୍ତି ଏବଂ ସେ ମଧ୍ୟ ଡାଇବେଟିସ୍‌ ଆକ୍ରାନ୍ତ ଥିଲେ।

କରୋନାରେ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରୁ ୪, ପୁରୀ, ବରଗଡ଼ ଓ ଅନୁଗୋଳରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ସୂଚନାଥାଉ କି, ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ  ହୋଇଛନ୍ତି। ଦିନକରେ ୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଗଞ୍ଜାମରୁ ସର୍ବାଧିକ ୨୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like