• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଆଉ ୨ କରୋନା ପଜିଟିଭ ଚିହ୍ନଟ। ବଲାଙ୍ଗିର ଜିଲ୍ଲାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ। ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ତାଲପାଲିପଡ଼ା ଅଞ୍ଚଳର। ସେମାନେ ସୁରତ ଫେରନ୍ତା ଓ ଉଭୟ କ୍ୱାରେଣ୍ଟିନରେ ଥିଲେ ବୋଲି ସୂଚନା ମିଳିଛି।

ଏହାସହ ବଲାଙ୍ଗିରରେ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଏଠାରେ କେହି ସୁସ୍ଥ ହୋଇନଥିବାରୁ ଆକ୍ଟିଭ କେଶ ୪ ରହିଛି। ଆଜି ସକାଳେ ରାଜ୍ୟରେ ଆଉ ନୂଆ ୬୫ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିଲେ।

ଚିହ୍ନଟ ୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୩୧ଜଣ, ଗଞ୍ଜାମରୁ ୧୩ଜଣ, କଟକରୁ ୬ଜଣ ଓ କେନ୍ଦ୍ରାପଡ଼ାରୁ ୪ଜଣ, ପୁରୀରୁ ୪ଜଣ, ଖୋର୍ଦ୍ଧାରୁ ୩ଜଣ, ମୟୂରଭଞ୍ଜରୁ ୨ଜଣ ଓ ନୟାଗଡରୁ ୨ଜଣ ଅଛନ୍ତି। ତେବେ ୬୫ଜଣଙ୍କ ମଧ୍ୟରୁ ୬୨ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଓ ୩ ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ।

ସେହିପରି ଆଜି ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଏମାନେ କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି। ରାଜ୍ୟରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୭୩୯ରେ ପହଞ୍ଚିଛି। ୫୩୯ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

2-corona-positive-identified
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories