ଭୁବନେଶ୍ୱର କମିଶନରେଟ୍ ପୋଲିସ ରିଜର୍ଭ ଲାଇନ୍ରେ ୨ କନଷ୍ଟେବଲଙ୍କୁ କରୋନା
ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍ ପୋଲିସ ରିଜର୍ଭ ଲାଇନ୍ରେ ୨ କନଷ୍ଟେବଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।
ଉଭୟ କନଷ୍ଟେବଲ ଛୁଟିରୁ ଫେରି ଆଇସୋଲେସନରେ ଥିଲେ। ଏହାପରେ ତାଙ୍କ ନମୁନା ଟେଷ୍ଟ କରାଯାଇଥିଲା ଆଉ ଆଜି ଉଭୟ ପଜିଟିଭ ଚିହ୍ନଟ ହୋଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ଏହି ଦୁଇ କନଷ୍ଟେବଲଙ୍କ ଘର କେନ୍ଦ୍ରାପଡ଼ା ଓ ଗଞ୍ଜାମରେ। ଉଭୟଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପଟେ ଆଜି ଭୁବନେଶ୍ୱରରେ ୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ବିଏମ୍ସି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୧୮ ରହିଛି। ଆଜିର କରୋନା ସଂଖ୍ୟାକୁ ମିଶାଇ ଭୁବନେଶ୍ୱରରେ ଏବେ ସୁଦ୍ଧା ୫୨୩ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି, ଓ ୬୪୬ ଆକ୍ଟିଭ କେସ୍ ରହିଛି।