ଘୁଷୁରି ଗୁହାଳରେ ନିଆଁ ଲାଗି ଦୁଇ ଭାଇ ଜୀବନ୍ତ ଦଗ୍ଧ

କେନ୍ଦୁଝର: ଘୁଷୁରି ଗୁହାଳରେ ନିଆଁ ଲାଗି ଯିବାରୁ ଦୁଇ ଭାଇ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇର ବାଶଁପାଳ ବ୍ଲକ ଅଡାଳ ମୁଣ୍ଡା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ପାଳ ଗଦାରୁ ଲାଗିଥିବା ନିଆଁ ଘୁଷୁରୀ ଗୁହାଳରେ ଲାଗିଯାଇଥିଲା। ତେବେ ଏହି ସମୟରେ ଖେଳୁଥିବା ଅବସ୍ଥାରେ ରାହୁଲ ଏବଂ ସାଗରଙ୍କ ଦେହରେ ନିଆଁ ଲାଗିଯାଇଥିଲା।

ଗୁରୁତର ଅବସ୍ଥାରେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

You might also like