କରୋନାକୁ ମାତ୍ ଦେଲା ବର୍ଷକର ଶିଶୁ
ଝାରସୁଗୁଡ଼ା: କରୋନାକୁ ମାତ୍ ଦେଇଛି ବର୍ଷକର ଶିଶୁ। ମହାମାରୀ କରୋନାକୁ ହରାଇବା ପରେ ଘରକୁ ଫେରିଛନ୍ତି ଦୁଇ କଅଁଳା ପିଲା। ଆଉ ଏହି ସମୟରେ ଶିଶୁଙ୍କୁ ଦିଆଯାଇଛି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ଝାରସୁଗୁଡ଼ା ମଙ୍ଗଳ ବଜାର ଅଞ୍ଚଳରେ ଘଟିଛି ଏଭଳି ଘଟଣା।
ଗୋଟିଏ ପରିବାରର ବର୍ଷକର ଶିଶୁ ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ଅଞ୍ଚଳବାସୀ।
ରେଡ୍ କାର୍ପେଟ୍ ସହ ଫୁଲ ବର୍ଷା କରାଯାଇଥିଲା। କରୋନାକୁ ହରାଇବା ପରେ ଘରକୁ ଫେରିଥିବାରୁ ଭାବ ବିହ୍ଵଳ ହୋଇପଡ଼ିଥିଲେ ପରିବାର ଲୋକେ।
ଗତ ୨୨ ତାରିଖରେ ଆଗ୍ରାରୁ ଫେରିବା ପରେ ପରିବାରର ଦୁଇ ଜଣ ଶିଶୁଙ୍କୁ କରୋନା ହୋଇଥିବା ନେଇ ଚିହ୍ନଟ ହୋଇଥିଲା। କୋଭିଡ୍ କେୟାର ସେଣ୍ଟାରରେ ଚିକିତ୍ସା ପରେ ସୁସ୍ଥ ହୋଇ ଏମାନେ ଘରକୁ ଫେରିଛନ୍ତି।