ଜଟଣୀ BSF କ୍ୟାମ୍ପ୍‌ରେ ପଶିଲା କରୋନା, ୨ ଯବାନ ସଂକ୍ରମିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ BSF କ୍ୟାମ୍ପ୍‌ରେ ୨ଜଣ ଯବାନ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି।

କ୍ୟାମ୍ପରୁ ୨୪୫ ଜଣଙ୍କ ସ୍ୱାବ୍ ଟେଷ୍ଟ୍‌ ହୋଇଥିବା ବେଳେ ୨ ଜଣ ଯବାନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତ ଦୁଇ ଯବାନ କ୍ୱାରେଣ୍ଟିନ୍‌ରେ ଥିଲେ। ସ୍ୱାବ୍‌ ଟେଷ୍ଟ୍‌ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛଇ। ତେଣୁ କ୍ୟାମ୍ପ ସାନିଟାଇଜ ହେବା ଦରକାର ନାହିଁ ବୋଲି କୁହାଯାଇଛି। କିନ୍ତୁ ସଂକ୍ରମିତ ୨ ଯବାନ ରହୁଥିବା ରୁମ୍‌ର ଅନ୍ୟମାନଙ୍କର ୫ ଦିନ ପରେ ପୁଣି ଥରେ ସ୍ୱାବ୍‌ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

You might also like