ଡମ୍ପର ଧକ୍କାରେ ୨ ଭାଇ ମୃତ

ବାଲେଶ୍ୱର : ଡମ୍ପର ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ । ବାଲେଶ୍ୱର ଜଳେଶ୍ୱର ନିକଟ ସାତଶୁଳିଆ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମିଲିଥିବା ସୂଚନା ଅନୁସାରେ,  ବାଇକରେ ଦୁଇ ଭାଇ ଯାଉଥିବା ବେଳେ ଧକ୍କା ଦେଇଛି ଡମ୍ପର । ରାଜ୍ୟ ରାଜପଥ-୫୭ର ସାତଶୁଳଆ ନିକଟରେ ଘଟିଛି ଦୁର୍ଘଟଣା ।

ଡମ୍ପରକୁ ଅଟକ ରଖି ଉତ୍ତ୍ୟକ୍ତ ଲୋକେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପଟରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ପୋଲିସ୍ ପହଞ୍ଚି ମାମଲାର ତଦନ୍ତ କରୁଛି।

You might also like