• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଅନୁଗୁଳ: ଦୁଇଟି ଗଛରେ ଝୁଲୁଛି ୩ ଜଣଙ୍କ ମୃତଦେହ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ  ଡିମିରିକୁଦା ଗାଁ ନିକଟ ଜଙ୍ଗଲରୁ ୩ଟି ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ଗୋଟିଏ ଗଛରେ ୨ଟି ମୃତଦେହ ଝୁଲୁ ଥିବାବେଳେ ସେହି ଗଛ ଠାରୁ ପ୍ରାୟ ୧୫ରୁ ୨୦ ଫୁଟ ଦୂର ଅନ୍ୟ ଏକ ଗଛରେ ଆଉ ଏକ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ମୃତକ ୩ଜଣଙ୍କ ମଧ୍ୟର ୨ଜଣ ଯୁବକ ଓ ଜଣେ ଯୁବତୀ ଅଛନ୍ତି।

ସୂଚନା ଅନୁସାରେ, ଗତକାଲି ଗାଁର ଜଣେ ବ୍ୟକ୍ତି ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟାରେ ଜଙ୍ଗଲରୁ ଫେରୁଥିବା ବେଳେ ଦୁର୍ଗନ୍ଧ ହେବାରୁ ବ୍ୟକ୍ତି ଜଣକ ବହୁ ଖୋଜାଖୋଜି କରିଥିଲେ। ଶେଷରେ ଗଛରେ ଝୁଲନ୍ତା ଅବସ୍ଥାରେ ୩ଜଣଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଏନେଇ ଛେଣ୍ଡିପଦା ପୋଲିସ୍‌କୁ ଖବର ଦେଇଥିଲେ।

ଆଜି ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯିବେ। ଏହାପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯିବ ପୋଲିସ୍‌ କହିଛି। ପାଖାପାଖି ୫ ଦିନ ହେବ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଅନୁମାନ କରାଯାଉଛି।

ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ପ୍ରେମ ବ୍ୟାପାରକୁ ନେଇ ଏଭଳି କାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି।

2-boys-and-one-girl-deadbody-found-in-hanging-in-tree-in-angul
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories