• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସମ୍ବଲପୁର: ଗୋଟିଏ ପରିବାରର ୪ ଭାଇଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଏଥିରେ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅଞ୍ଚଳରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି।

ମୃତକ ଦ୍ୱୟ ହେଲେ ଶକ୍ତିଭୂଷଣ କୁମରା ଓ ଅରବିନ୍ଦ କୁମରା। ଆହତମାନେ ହେଲେ ବିଭୂତି ଭୂଷଣ କୁମରା ଓ ନନ୍ଦଲାଲ ଭୁଏ। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନନ୍ଦଲାଲ କୁମରା ଭ୍ରାତାଙ୍କ ସଂପର୍କୀୟ ଭାଇ। ସେମାନଙ୍କ ଘର ଭଣ୍ଡାରୀମାଳ ଗାଁରେ।

ସୂଚନା ଅନୁସାରେ, ଗତକାଲି ରାତିରେ ଏହି ୪ ଭାଇଙ୍କ ସହିତ ଗାଁର ଆଉ ଗୋଟିଏ ପରିବାରର ପାଟିତୁଣ୍ଡ ହୋଇଥିଲେ। ଏହା ପରେ ସେହି ପରିବାରର ସଦସ୍ୟମାନେ ଏମାନଙ୍କୁ ମାରିବା ପାଇଁ  ବିଚ୍‌ ରାସ୍ତାରେ ସେମାନଙ୍କୁ ଗୋଡ଼ାଇ ଥିଲେ। ଏପରିକି ଦୁର୍ବୃତ୍ତମାନେ ୪ଭାଇଙ୍କ ଗୋଡକୁ ଏକ କାଠ ଉପରେ ରଖି ହାଣି ଦେଇଥିଲେ। ଏଥିରେ ଶକ୍ତି ଓ ଅରବିନ୍ଦଙ୍କ ମୃତ୍ୟୁ ଘଟିଥିବାବେଳେ ବିଭୂତି ଓ ନନ୍ଦଲାଲ୍ ଗୁରୁତର ଆହତ ହୋଇଥିଲେ।

ଖବର ଲେଖାଯିବା ସୁଦ୍ଧା ମୃତଦେହ ଗୁଡ଼ିକ ଘଟଣାସ୍ଥଳରେ ପଡ଼ି ରହିଛି ଓ ପୁଲିସ୍‌ ମୃତଦେହକୁ ଜଗିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସମ୍ବଲପୁର ଏସ୍‌ପି କନଓ୍ୱର ବିଶାଲ ସିଂ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖାଯାଇଛି। ଅନ୍ୟମାନେ ଖୁବଶୀଘ୍ର ଧରାପଡ଼ିବେ। ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଅଧିକ ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ। ଏଥିପାଇଁ ୪ଟି ଟିମ୍ ଗଠନ କରାଯାଇଛି।’

ପୁଲିସ୍ ଘଟଣାର ତଦନ୍ତ କରୁଛି।

2-bothers-killed-2-others-injured-in-a-group-clash-in-sambalpur-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories