ଆସିକା ସ୍କୁଲରେ ଡିଟୋନେଟର ବ୍ଲାଷ୍ଟ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଆସିକା (ମନୋଜ ମୁନି) : ଗଞ୍ଜାମ ଆସିକା ମାଗୁରା ସରକାରୀ ସ୍କୁଲରେ ବିସ୍ଫୋରଣ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଆସିକା ପୁଲିସ। ସ୍ଥାନୀୟ ଭେଙ୍କଟାରାଇପଲ୍ଲୀ ପାହାଡ଼ରେ ଲୁଚି ରହିଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୨୫୦ଟି ଜେଲୋଟିନ୍ ପ୍ୟାକେଟ୍, ୩୫୦ କେଜି ଡିଟୋନେଟର୍ ଜବତ କରିଛି ପୁଲିସ

ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ। ଗତ ୨୦ ତାରିଖରେ ଆସିକା ଅଞ୍ଚଳର ଏକ ସରକାରୀ ସ୍କୁଲରେ ବିସ୍ଫୋରଣକୁ ନେଇ ଆରମ୍ଭ ହୋଇଥିଲା ତନାଘନା।

ଘଟଣାସ୍ଥଳରୁ ପଥର ବ୍ଲାଷ୍ଟିଂ ପାଇଁ ବ୍ୟବହୃତ ଡିଟୋନେଟରର ନମୂନା ମିଳିଥିବାବେଳେ ବିସ୍ଫୋରଣରେ ଆହତ ହୋଇଥିବା ୨ ଛାତ୍ରଙ୍କୁ ଏମ୍‌କେସିଜିରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା।

 

You might also like