୨ ଜଣ ଗଞ୍ଜେଇ ଚାଲାଣକାରୀ ଗିରଫ

୭୬ କିଲୋ ଗଞ୍ଜେଇ ଜବତ

ନବରଙ୍ଗପୁର  : ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ନବରଙ୍ଗପୁର ପୁଲିସ। ସେମାନଙ୍କ ଠାରୁ ପୁଲିସ ୭୬ କିଲୋ ଗଞ୍ଜେଇ ଜବତ କରିଛି। ୨ ଲୁଟେରାଙ୍କ ମଧ୍ୟରେ ଜଣେ ବିହାର ମୋତିହାରି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ରାଜସ୍ଥାନର ଜୟପୁର ଅଞ୍ଚଳର।

ଦୀର୍ଘ ଦିନ ହେବ ଏହି ଚୋର ନବରଙ୍ଗପୁରରୁ ଗଞ୍ଜେଇ ନେଇ ବିହାର, ରାଜସ୍ଥାନ ଅାଦି ଅଞ୍ଚଳରେ ବ୍ୟବସାୟ କରୁଥିଲେ। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୁଲିସ ଏମାନଙ୍କ ଉପରେ ନଜର ରଖିଥିଲା।   ନବରଙ୍ଗପୁର ଅାଇଅାଇସିଙ୍କ ଅଧିନରେ ଏକ ଟିମ୍ ଅାଜି ଅତର୍କିତ ଚଢାଉ କରି ଏମାନଙ୍କୁ ଗିରଫ କରିଛି । ଏମାନଙ୍କୁ ଗିରଫ କରିବା ପରେ ସହରରେ ଗଞ୍ଜେଇ ରାକେଟର ପରଦା ଫାସ ହେବ ବୋଲି ପୁଲିସ କହିଛି।

You might also like