ଭୁବନେଶ୍ୱରରୁ ୧୯୮ କରୋନା ଆକ୍ରାନ୍ତ ଚିହ୍ନଟ, ୯୪ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଜି ଆଉ ୧୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନରୁ ୧୦୪ ଏବଂ ୯୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେସ୍ୱର ମହାନଗର ନିଗମ(BMC)।

କେଉଁ ଅଞ୍ଚଳରୁ କେତେ:-

ଏକ ସିକ୍ୟୁରିଟି ଏଜେନ୍ସିର ୭ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚିନ୍ତାମଣିଶ୍ୱରରୁ ୬, ସାଲିଆସାହିରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ପୋଲିସ କର୍ମଚାରୀ, ଝାରପଡ଼ାରୁ ୩, ୟୁନିଟ-୧ ତାଟିବସ୍ତିରୁ ୩ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ଆଜି ଆଉ ୧୩୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ଏଯାବତ୍ ଭୁବନେଶ୍ୱର ମହାନଗର ଅଞ୍ଚଳରୁ ସଂକ୍ରମିତଙ୍କ ସଂଖ୍ୟା ୫୪୮୭ରେ ପହଞ୍ଚିଛି। ୨୭ ଜଣଙ୍କ ମୃତ୍ୟୁ ହୋଇଛି। ୩୫୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆହୁରି ପଢ଼ନ୍ତୁ

You might also like