୬ ଜିଲ୍ଲାରୁ ଚିହ୍ନଟ ହେଲେନି କେହିବି କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୯୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୯ କ୍ୱାରେଣ୍ଟିନ୍‌ ଓ ୮୩ଟି ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୩୦୯କୁ ବୃଦ୍ଧି ପାଇଛି। ସେହିପରି ୩୨୫୯୬୫ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୨୪୦୫ ଆକ୍ଟିଭ କେସ୍ ରହିଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

 କେଉଁ ଜିଲ୍ଲାରୁ କେତେ:-

ଅନୁଗୁଳରୁ ୨୪, ବାଲେଶ୍ୱରରୁ ୩, ବରଗଡ଼ରୁ ୮, ବଲାଙ୍ଗିରରୁ ୧୭, ବୌଦ୍ଧ-୧, କଟକ-୧୦, ଦେଓଗଡ଼-୧, ଢେଙ୍କାନାଳ-୧, ଗଞ୍ଜାମ-୧, ଜଗତସିଂହପୁର-୨, ଯାଜପୁର-୯, ଝାରସୁଗୁଡା-୧୩, କେନ୍ଦ୍ରାପଡ଼ା-୧୩, କେନ୍ଦ୍ରାପଡ଼ା-୯, ଖୋର୍ଦ୍ଧା-୧୦, କୋରାପୁଟ-୧, ମୟୁରଭଞ୍ଜ-୯, ନବରଙ୍ଗପୁର-୧, ନୟାଗଡ଼-୧, ନୂଆପଡ଼ା-୪, ପୁରୀ-୧୩, ରାୟଗଡ଼ା-୨, ସମ୍ବଲପୁର-୧୬, ସୋନପୁର-୧, ସୁନ୍ଦରଗଡ-୩୩, ଷ୍ଟେଟ୍‌ ପୁଲ୍‌ରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ- ଜଣେ ବଲାଙ୍ଗିର ଜିଲ୍ଲାର ୪୦ ବର୍ଷିୟ ଯୁବକ, ଗଞ୍ଜାମ ଜିଲ୍ଲାର ୫୭ ବର୍ଷୀୟ ବ୍ୟକ୍ତି ଓ ସୁନ୍ଦରଗଡ଼ର ୫୮ ବର୍ଷୀୟ ବ୍ୟକ୍ତି।

ସେହିପରି ରାଜ୍ୟରେ ଗତକାଲି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ୨୨ ଜିଲ୍ଲାରୁ ଏହି କରୋନା ରୋଗୀମାନେ ଚିହ୍ନଟ ହୋଇଥିଲେ।  ଏମାନଙ୍କ ମଧ୍ୟରୁ ୧୪୮ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୩ ଲୋକାଲ କେସ ଥିବା ଜଣାଯାଇଥିଲା। ସେହିପରି ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ୪ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଥିଲା।

ମହାମାରୀ କରୋନା କାଳରେ ଦେଶବାସୀଙ୍କ ପାଇଁ ଖୁସି ଖବର। ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଟିକା କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଏକ୍ସପର୍ଟ କମିଟି ସୁପାରିଶ କରିଥିଲା। ତେବେ ଆଜି ଏହାକୁ ବିଧିବଦ୍ଧ ଭାବେ ଜରୁରୀ ବ୍ୟବହାର ନେଇ ଅନୁମତି ମିଳିଛି। DCGIର ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋଭିସିଲ୍ଡକୁ ଅନୁମତି ନେଇ ନିଷ୍ପତ୍ତି ନିଆଯାଇଛି। ସେରମ ଇନଷ୍ଟିଚ୍ୟୁଟ ୫ କୋଟି ଡୋଜ୍ ପ୍ରସ୍ତୁତ କରିସାରିଲାଣି। ଦେଶର ୩୦ କୋଟି ଲୋକଙ୍କୁ ଦିଆଯିବାର ଯୋଜନା କରାଯାଇଛି। ପ୍ରତ୍ୟେକଙ୍କୁ ୨ଟି ଡୋଜ୍ ଦିଆଯିବାର ଯୋଜନା କରାଯାଇଛି। ୟୁକେ, ଆର୍ଜେଣ୍ଟିନା ପରେ ତୃତୀୟ ଦେଶ ଭାବେ ଟିକାକୁ ଅନୁମତି ମିଳିଛି।

You might also like