OLXରେ ଓ୍ୱାସିଂମେସିନ୍ ବିକ୍ରି ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା
୧୯ ହଜାର ଲୁଟିନେଲେ ସାଇବର ଲୁଟେରା
ଭୁବନେଶ୍ୱର: ଅନଲାଇନରେ ଓ୍ୱାସିଂମେସିନ୍ ବିକିବା ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା। ୧୯ ହଜାର ଟଙ୍କାର ଚୂନ ଲଗାଇଲେ ସାଇବର ଲୁଟେରା। ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବେ କାମ କରୁଥିବା ରେଶମା ମହାପାତ୍ର ଓଏଲ୍ଏକ୍ସରେ ନିଜ ଓ୍ୱାସିଂ ମେସିନ୍ ବିକିବାକୁ ବିଜ୍ଞାପନ ଦେଇଥିଲେ। ତେବେ ଜଣେ ସାଇବର ଲୁଟେରା ଫୋନ୍ କରି ତାଙ୍କଠାରୁ ଓ୍ୱାସିଂ ମେସିନ୍ କିଣିବା ବାହାନାରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ ୧୯ ହଜାର ଟଙ୍କା ଲୁଟି ନେଇଥିବା ନେଇ ସେ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ସେ ସାଇବର୍ ହେଲ୍ପ ଡେସ୍କରେ ମଧ୍ୟ ଜଣାଇଥିବା କହିଛନ୍ତି। ତେବେ ଅଧ୍ୟାପିକାଙ୍କ ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି ପୋଲିସ।
ଭୁବନେଶ୍ୱର: ଅନ୍ଲାଇନ୍ରେ ଓ୍ୱାଶିଂ ମେସିନ୍ ବିକ୍ରି ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା, ଅଧ୍ୟାପିକାଙ୍କୁ ୧୯ ହଜାର ଟଙ୍କାର ଚୁନ ଲଗାଇଲେ ସାଇବର ଲୁଟେରା; ଇନଫୋସିଟି ଥାନାରେ ମହିଳାଙ୍କ ଅଭିଯୋଗ ପରେ ତନାଘନା ଆରମ୍ଭ #Odisha
— ଓଟିଭି (@otvkhabar) February 10, 2021
ସୂଚନା ଅନୁସାରେ ଗତ ସପ୍ତାହରେ ଅଧ୍ୟାପିକା ଜଣକ ଓଏଲଏକ୍ସରେ ୱାସିଂ ମେସିନ ବିକ୍ରି କରିବା ପାଇଁ ବିଜ୍ଞାପନ ଦେଇଥିଲେ। ଆଉ ତା’ ପରଠାରୁ ୱାସିଂ ମେସିନ କିଣିବା ପାଇଁ ଅନେକ ଲୋକ କଲ୍ କରୁଥିଲେ। ତେବେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତି କଲ୍ କରିଥିଲେ। ହିନ୍ଦୀରେ କଥା ହେଉଥିବା ସହ ୱାସିଂ ମେସିନ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲା। ଷ୍ଟେସନ ପାଖ ମମତା ଫର୍ଣ୍ଣିଚରରୁ କହୁଛି, କହି ଅଧ୍ୟାପିକାଙ୍କ ବିଶ୍ୱାସ ଜିତିଥିଲା । ଆଉ ତା’ପରେ ଲୋକପଠାଇ ଓ୍ୱାସିଂମେସିନ୍ ନେବ ବୋଲି କହିଥିଲା।
ତେବେ ଏଥିପାଇଁ ସେ ନିଜେ ଆସିପାରିବ ନାହିଁ, ଅନଲାଇନ୍ ପେମେଣ୍ଟ କରିବ ବୋଲି ଅଧ୍ୟାପିକାଙ୍କୁ କହିଥିଲା। ଆଉ ତା’ପରେ ପ୍ରଥମେ ୫ ଟଙ୍କା ପଠାଇ ମହିଳାଙ୍କୁ ଗୁଗୁଲ ପେ ନମ୍ବର ମାଗିଥିଲା। ନମ୍ବର ନେଇ ଏକ ସ୍କାନ୍ କୋଡ଼୍ ପଠାଇଥିଲା ସାଇବର ଠକ। ନୂଆ ପେମେଣ୍ଟ ମୋଡ଼ର ବାହାନା କରି ଅଧ୍ୟାପିକାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲା। ଆଉ ଏଥିରେ ସଫଳ ହେବା ପରେ ଟଙ୍କା ପଠାଇବ କହିଲା ଦୁର୍ବୃତ୍ତ। ତେବେ ଟଙ୍କା ଥିବା ଆକାଉଣ୍ଟକୁ ହିଁ ଟଙ୍କା ପଠାଇ ହେବ ବୋଲି କହି ଜାଲ ବୁଣିଥିଲା ଠକ।
ଆଉ ଏଥିପାଇଁ ନିଜ ସ୍ୱାମୀଙ୍କ ଆକାଉଣ୍ଟରୁ ଦୁଇ ଦୁଇ ଥର ୯୫୦୦ ଲେଖାଏଁ ଟଙ୍କା ଆଣିଥିଲେ। ତେବେ ଆକାଉଣ୍ଟକୁ ଟଙ୍କା ଆସୁ ଆସୁ ଥର ଥର କରି ଦୁଇ ଥରରେ ସବୁ ଟଙ୍କା କଟିଗଲା। ଫଳରେ ଅଧ୍ୟାପିକାଙ୍କ ଚେତା ପଶିଲା। ସେତେବେଳକୁ ଆକାଉଣ୍ଟ ଖାଲି ହୋଇସାରିଥିଲା। ଆଉ ତା’ପରେ କାନମୁଣ୍ଡା ଆଉଁସି ଠକେଇର ଶିକାର ହୋଇଥିବା ଜାଣି ତୁରନ୍ତ ପୋଲିସରେ ଅଭିଯୋଗ କରିଛନ୍ତି ରେଶମା ମହାପାତ୍ର।
ୱାସିଂମେସିନ୍ ବିକିବା ପାଇଁ ଏ ମହିଳା ଜଣକ ବିଜ୍ଞାପନ ଦେଇଥିଲେ। ହେଲେ ୱାସିଂମେସିନ୍ ବିକିବେ କଣ ଲୁଟେରା କେମିତି ଫନ୍ଦି କଲା ଯେ, ସିଧା ୧୯ ହଜାର ଚଳୁ… ଶୁଣନ୍ତୁ କେମିତି? #Bhubaneswar #Odisha pic.twitter.com/5JzViEWRdY
— ଓଟିଭି (@otvkhabar) February 10, 2021