ଭୁବନେଶ୍ୱର: ଭୁବନେଶ୍ୱରୁ ଆଜି ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯ଟି କ୍ୱାରେଣ୍ଟିନ୍, ୮ଟି ଲୋକାଲ୍ କଣ୍ଟାକ୍ଟସ୍ କେସ୍ ରହିଛି। କଳ୍ପନା ଛକ ସ୍ଥିତ ସରକାରୀ ଅଫିସର ୨ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
ତେବେ ଆଜି ଭୁବନେଶ୍ୱରରେ ଆଉ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୭୦ଜଣ ସୁସ୍ଥ ହୋଇଥିବାବେଳେ ୧୫୬ଜଣ ଚିକିତ୍ସାଧୀନ ଅଛନ୍ତି। ୬ଜଣଙ୍କ ମୃତ୍ୟୁ ଘଟିଛି।