ପୁଣି ୧୯ କରୋନା ଆକ୍ରାନ୍ତ ଚିହ୍ନଟ; ୨ ସୁସ୍ଥ

ଭୁବନେଶ୍ୱର: ପୁଣି ଚିହ୍ନଟ ହେଲେ ୧୯ କରୋନା ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରେ ଏହି ସମସ୍ତ ଆକ୍ରାନ୍ତ ଚିହ୍ନଟ ହେବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆହି ଆକ୍ରାନ୍ତଙ୍କ ସମେତ ୨ ଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ମଧ୍ୟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିତାଂଶୁ ରାଉତ।

ତେବେ ଆଜି ମଧ୍ୟାହ୍ନରେ ରାଜ୍ୟରେ ୧୪୩ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ।

ସେପଟେ ଭୁବନେଶ୍ୱରରେ ଏବେ ୧୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର। ସେ କହିଛନ୍ତି ୧୧ଟି ଆକ୍ଟିଭ୍ କେସ୍‌ରୁ ୯ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି। ଏଯାବତ୍ ଭୁବନେଶ୍ୱରକୁ ପଞ୍ଜୀକରଣ କରି ୨ ହଜାର ୧୮୮ ଜଣ ବାହାରୁ ଫେରି ହୋମ୍ କ୍ୱାରେଣ୍ଟିନରେ ଥିଲେ।  ସେମାନଙ୍କ ମଧ୍ୟରୁ ୧ ହଜାର ୨୯୭ ଜଣ ଏବେବି କ୍ୱାରେଣ୍ଟନରେ ଥିବା ବେଳେ ଅନ୍ୟମାନେ ଅବଧି ପୂରଣ କରିସାରିଛନ୍ତି। ୫୬ ଜଣ ସରକାରୀ କ୍ୱାରେଣ୍ଟିନରେ ଅଛନ୍ତି।

ସକ୍ରିୟ ସଂକ୍ରମିତଙ୍କ ପଡ଼ୋଶୀ ଘରଗୁଡ଼ିକୁ ହୋମ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଏବେ ଭୁବନେଶ୍ୱରରେ କୌଣସି କଣ୍ଟେନମେଣ୍ଟ ଜୋନ ନାହିଁ ବୋଲି ବିଏମ୍‌ସି କମିଶନର କହିଛନ୍ତି।

ସେହିଭଳି ଆଜି ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ।

You might also like