ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୯ କରୋନା ପଜିଟିଭ୍‌

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ରୁ ୪ ହୋମ୍ କ୍ୱାରେଣ୍ଟିନ୍‌‌ ଏବଂ ୧୫ଟି ଲୋକାଲ କଣ୍ଟାକ୍ଟ୍ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।

ରେଲ୍‌ୱେର ୪ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ସମସ୍ତେ ଦିଲ୍ଲୀରୁ ଫେରିଥିଲେ ଓ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ।

ସେହିପରି ୧୫ ଲୋକାଲ୍‌ କଣ୍ଟାକ୍ଟ୍ କେସ୍ ମଧ୍ୟରୁ ୬ଟି କେସ୍‌ ଏକ ପ୍ରାଇଭେଟ୍‌ ହସ୍ପିଟାଲ୍‌ରୁ ଚିହ୍ନଟ ହୋଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ମହିଳା ଓ ୩ଜଣ ପୁରୁଷ କର୍ମଚାରୀ ଅଛନ୍ତି। ଆଉ ୨ଟି କେସ୍‌ ଅନ୍ୟ ଏକ ପ୍ରାଇଭେଟ୍‌ ହସ୍ପିଟାଲ୍‌ରୁ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଆଉ ଜଣେ ଆକ୍ରାନ୍ତ ଏକ ସରକାରୀ ହସ୍ପିଟାଲ୍‌ରୁ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ ଉକ୍ତ ସରକାରୀ ହସ୍ପିଟାଲ୍‌ର କର୍ମଚାରୀ।

ଡୁମୁଡୁମା ସୁବାସ ନଗର ବସ୍ତିରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀବଜାର ବସ୍ତିର ଜଣେ ୯ ବର୍ଷର ବାଳକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏଯାବତ୍‌ ଭୁବନେଶ୍ୱରରେ ୧୮୪ ଆକ୍ରାନ୍ତ ଚିହ୍ନଟ ହେଲେଣି।

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like