ପାଠ ପଢ଼ାଇବା ଛାଡ଼ି କୁଆଡ଼େ ଗଲେ ମାଷ୍ଟ୍ରେ ?

ଭୁବନେଶ୍ୱର : ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସରକାର ଶିକ୍ଷକ ନିଯୁକ୍ତ କରିଛନ୍ତି। ହେଲେ ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷରୁ ଅଧିକ ସମୟ ଧରି ଅନଧିକୃତ ଭାବେ ପ୍ରାୟ ୧୮୯ ଜଣ ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସୁନାହାନ୍ତି। ଏବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।

ଟିଟିଲାଗଡ଼ ବ୍ଲକର ବୁରାବନ୍ଧ ସ୍କୁଲରେ ୫ ବର୍ଷ ତଳେ ସହକାରୀ ଶିକ୍ଷକ ଭାବେ କାମ କରୁଥିଲେ ବିନୋଦ ମାଝୀ। ହେଲେ ୨୦୧୪ରୁ ସେ ଦିନଟିଏ ବି ସ୍କୁଲକୁ ଆସିନାହାନ୍ତି। ଠିକ୍ ସେହିଭଳି ଏହି ବ୍ଲକର କୁଶକେଲା ପଂଚାୟତର ରୁଣିମହୁଲ ୟୁପି ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଭକଚନ ଯାନୀ ମଧ୍ୟ ୨୦୧୪ ମସିହାରୁ ଆଉ ଏଠାକୁ ଆସୁନାହାନ୍ତି। ଅନେକ ସମୟରେ ତାଙ୍କୁ ନୋଟିସ୍ ପଠାଯାଇଥିଲେ ବି ସେ ଏହାର କୌଣସି ଉତ୍ତର ଦେଇ ନଥିଲେ। ଏହା ବିରୋଧରେ ପ୍ରଧାନ ଶିକ୍ଷୟତ୍ରୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ଏଯାଏ ସମସ୍ତେ କେବଳ ଚୁପ ବସି ରହିଛନ୍ତି।

ଜଳେଶ୍ୱର ବ୍ଲକ୍ ଗୁରୁଦାସପୁର ୟୁପି ସ୍କୁଲର ଶିକ୍ଷୟିତ୍ରୀ ସୁନିତା ବାସୁରି ମଧ୍ୟ ୨୦୧୬ ଠାରୁ ଗାଏବ। କେବଳ ଏ ୨/୩ଟି ବ୍ଲକ୍ ନୁହେଁ ୫ ବର୍ଷରୁ ଅଧିକ ସମୟ ଧରି ପ୍ରାୟ ୧୮୯ ଜଣ ଶିକ୍ଷକ ଓ କର୍ମଚାରୀ ଅନଧିକୃତ ଭାବେ ଅନୁପସ୍ଥିତ ରହିଛନ୍ତି। ସରକାର ଲେଖିଥିବା ଚିଠି ହିଁ ଏହାର ପ୍ରମାଣ ବୟାନ କରୁଛି।

ଗାଏବ୍ ଥିବା ୧୮୯ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରୁ ୧୦୮ ଜଣ ହେଉଛନ୍ତି ଠିକା ଶିକ୍ଷକ। ପତ୍ତା ମିଳୁନଥିବାରୁ ଏସବୁ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ଅଣ୍ଟା ଭିଡ଼ିଛି। ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅନୁପସ୍ଥିତ ରହିଥିବା ଶିକ୍ଷକ ଓ କର୍ମଚାରୀଙ୍କ ସମ୍ପକରେ ଆଉଥରେ ଯାଞ୍ଚ କରି ରିପୋର୍ଟ ଦେବାକୁ ଚିଠି ଲେଖାଯାଇଛି।

ଅନ୍ୟପକ୍ଷରେ ୫ ବର୍ଷରୁ ଅଧିକ ସମୟ ଧରି ଅନଧିକୃତ ଭାବେ ଛୁଟିରେ ଥିବା ଶିକ୍ଷକଙ୍କୁ ଆଉ ଚାକିରିରେ ଯୋଗଦାନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଚିଠିରେ ଦର୍ଶାଯାଇଛି। ସେହିପରି ଠିକା କର୍ମଚାରୀଙ୍କ ବାର୍ଷିକ ଚୁକ୍ତି ମଧ୍ୟ ନବୀକକରଣ ହେବନାହିଁ।

ପ୍ରଥମେ ଶତାଧିକ ଡାକ୍ତର ଆଉ ଏବେ ଶିକ୍ଷକଙ୍କ ଅନଧିକୃତ ଅନୁପସ୍ଥିତିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। କାହିଁକି ବର୍ଷ ବର୍ଷ ଧରି ଏହି ଶିକ୍ଷକମାନେ ଅନୁପସ୍ଥିତ ରହିଲେ? ସେମାନଙ୍କ ଅନୁପସ୍ଥିତ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ପାଇଁ ଦାୟୀ କିଏ ? ଏତେଦିନ ଧରି ଗଣଶିକ୍ଷା ବିଭାଗ କାହିଁକି ଚୁପ୍ ବସିଥିଲା ?

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like