୧୮୭୩ରେ ଏମିତି ହୋଇଥିଲା ରଥଯାତ୍ରା: ଗଜପତି ଗଣିଥିଲେ ତଣ୍ଡ

ଇଂରେଜ ସମୟରେ ଶ୍ରୀମନ୍ଦିର ପରିଚାଳନା ସୁରୁଖୁରରେ ହୋଇ ପାରୁଥିଲା। ସେମାନେ ପୁରୀ ମନ୍ଦିର ସହ ଜଡ଼ିତ ଧର୍ମୀୟ ଭାବନାକୁ ନେଇ କୌଣସି ଖେଳ ଖେଳିବା ପାଇଁ ଚାହିଁ ନଥିଲେ। ଏହି କ୍ରମରେ ଗଜପତି ମହାରାଜାଙ୍କ ରାଜସତ୍ତ୍ୱ ଲୋପ କରାଯାଇଥିଲେ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖାଯାଇ ସୁପରିଣ୍ଟେଣ୍ଡେଣ୍ଟ କ୍ଷମତା ଦିଆଯାଇଥିଲା। ଏ କ୍ଷମତା କିନ୍ତୁ ନିରଙ୍କୁଶ ନଥିଲା। ଆବଶ୍ୟକସ୍ଥଳରେ ତାଙ୍କ ଉପରେ ଜରିମାନା ଲଗା ଯାଉଥିଲା। ଏପରିକି ଶ୍ରୀମନ୍ଦିର ରୀତିନୀତି ପରିଚାଳନାରେ ଭୁଲ୍ ହେଲେ ତାଙ୍କୁ ଦଣ୍ଡ ଭୋଗ କରିବାକୁ ପଡ଼ୁଥିଲା।

ଇଂରେଜ ଅଧିକାରୀମାନେ ପ୍ରଥମେ ପ୍ରଥମେ ଏପରି ବିଶାଳକାୟ ରଥ ଦେଖି ବେଶ୍ ଚକିତ ହୋଇପଡ଼ିଥିଲେ। ଏତେ ସଂଖ୍ୟାରେ ଲୋକଙ୍କ ସମାଗମ ହେତୁ ଅଘଟଣ ଘଟିବା ଆଶଙ୍କା କରି ସେତେବେଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବ୍ରିଟିଶ୍ ସରକାରଙ୍କୁ ପତ୍ର ଲେଖିଥିଲେ। ଏହା ୧୮୭୩ ମସିହା ପ୍ରାରମ୍ଭ କଥା। ବିଷୟ ଥିଲା ରଥଯାତ୍ରା ପରମ୍ପରାରେ ସଂସ୍କାର ଆଣିବା। କିନ୍ତୁ ଭିତରେ ଏ ପୁରାତନ ପରମ୍ପରାରେ ବ୍ୟାଘାତ ଆଣିବା ଲକ୍ଷ୍ୟ ନିହିତ ଥିଲା। ରଥର ଆକାର ବେଶ୍ ବଡ଼ ହୋଇଥିବାରୁ ଏହାକୁ ଟାଣିବା କଷ୍ଟକର ହୋଇପଡ଼ୁଥିବା ବର୍ଣ୍ଣନା କରାଯାଇ କୁହାଯାଇଥିଲା, ଏତେ ସଂଖ୍ୟାରେ ଲୋକ ପୁରୀରେ ନାହାନ୍ତି ଯେଉଁମାନେ ରଥ ଟାଣିବାରେ ସକ୍ଷମ ହେବେ। ଏଣୁ ବଡ଼ ବଡ଼ ରଥକୁ ଅପସାରଣ କରି ସେହି ସ୍ଥାନରେ ଛୋଟ ଛୋଟ ରଥର ପ୍ରଚଳନ କରିବା ଲାଗି ଆଦେଶ ଦିଆଯାଉ। ଫଳରେ ପ୍ରତିବର୍ଷ ଘଟୁଥିବା ଅଘଟଣକୁ ଦୂର କରାଯାଇପାରିବ। ହେଲେ ବ୍ରିଟିଶ୍ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କଲେ ଧର୍ମକୁ ନେଇ ସରକାର ହରଡ଼ଘଣାରେ ପଡ଼ିବେ ବୋଲି ଆଶଙ୍କା କଲେ।

ପୁରୀ ଶ୍ରୀମନ୍ଦିର ସହ ଲୋକଙ୍କ ଧର୍ମୀୟ ଭାବପ୍ରବଣତା ଯୋଡ଼ା ହୋଇ ରହିଥିବାରୁ ପରମ୍ପରାରେ ବ୍ୟାଘାତ ପାଇଁ ଚେଷ୍ଟା ନକରିବାକୁ ସିଧା ସିଧା କହିଥିଲେ ମହାମାନ୍ୟ ଲର୍ଡ଼ ନର୍ଥ ବୃକ୍। ତାଙ୍କ ଅନୁସାରେ ବହୁ ପୁରାତନ କାଳରୁ ଏପରି ରଥଯାତ୍ରା ହେଉଛି। କିନ୍ତୁ କେବେ ବଡ଼ ଧରଣର କୌଣସି ଦୁର୍ଘଟଣା ଘଟିନାହିଁ। ପୁଣି ଯଦି କେଉଁଠି ଛୋଟମୋଟ ଅଘଟଣ ଘଟେ ତାହାକୁ ମାଜିଷ୍ଟ୍ରେଟ୍ ଓ ପୁଲିସର ସାବଧାନତା ଯୋଗୁ ଏଡ଼ାଇ ଦିଆଯାଇପାରିବ ବୋଲି କୁହାଗଲା। ଫଳରେ କିଛି ଇଂରେଜ ଅଧିକାରୀଙ୍କ ଚକ୍ରାନ୍ତ କାଟ୍ ଖାଇଲା।

ଲୋକଙ୍କ ଭାବପ୍ରବଣତାକୁ ଗୁରୁତ୍ୱ ଦେବାର କଥା ଉଠିବାରୁ ଗଜପତିଙ୍କ ଉପରେ ଦାଉ ସାଧିଲେ କିଛି ଅଧିକାରୀ। ପୁରୀ ଦାୟିତ୍ୱରେ ଥିବା ଇଂରେଜ ଅଧିକାରୀ ତଥା କଲେକ୍ଟର ଆର୍ମଷ୍ଟ୍ରଙ୍ଗ୍ ଶ୍ରୀମନ୍ଦିର ପରିଚାଳନାକୁ ଅଧିକ ଗୁରୁତ୍ୱ ଦେଲେ। ଶୀମନ୍ଦିର ପ୍ରଶାସନର ସୁପରିଣ୍ଟେଣ୍ଡେଣ୍ଟ ଭାବେ ରାଜାଙ୍କୁ ସରକାରଙ୍କ ପାଖରେ ଉତ୍ତରଦାୟୀ ବୋଲି ବିଚାର କଲେ। ତାଙ୍କ ଉତ୍ତରଦାୟିତ୍ୱ ବଢ଼ାଇବା ଲାଗି ରାଜାଙ୍କ ଉପରେ ତଣ୍ଡ ବ୍ୟବସ୍ଥା କରାଗଲା। ଯଦି ରୀତିନୀତି ଠିକଣା ଭାବେ ପରିଚାଳିତ ନହେଲା ରାଜା ସେଥିଲାଗି ଦୟୀ ରହିବେ ବୋଲି କୁହାଗଲା।

ଅବଶ୍ୟ ଏହା ପୂର୍ବରୁ ରାଜାଙ୍କ କର୍ମଚାରୀମାନେ ଅନେକ ସମୟରେ ମନ୍ଦିର ଭିତରେ ସମସ୍ୟା ସୃଷ୍ଟି କରିଥିବା ରେକର୍ଡ ରହିଛି, ଯେଉଁଥିଲାଗି ଠାକୁରଙ୍କ ନୀତି ବ୍ୟାଘାତ ହୋଇଛି। ୧୮୭୩ ମସିହାର ସ୍ନାନ ଯାତ୍ରା ବେଳେ ହୋଇଥିବା ଅଘଟଣ ଲାଗି ପ୍ରଥମ କରି ରାଜାଙ୍କ ଉପରେ ୧୦ ଟଙ୍କା ତଣ୍ଡ ହେଲା। ଯଦି ଏହା ପରେ ଆଉ କେବେ ଏପରି ପରିଚାଳନାଗତ ତ୍ରୁଟି ରହିବ, ତା’ହେଲେ ୧୦୦୦ ଟଙ୍କା ଯାଏଁ ତଣ୍ଡ ଗଣିବାକୁ ରାଜା ବାଧ୍ୟ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

ରାଜାଙ୍କ କାର୍ଯ୍ୟର ସମୀକ୍ଷା ପାଇଁ ଦୁଇଜଣ ଇଂରେଜ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ଫଳରେ ରାଜା ଯେମିତି ନିଜ ଫାଇଦା ଲାଗି ରୀତିନୀତିରେ ପରିବର୍ତ୍ତନ ନକରୁଛନ୍ତି, ତାହାର ବିଚାର ଖୁବ୍ ଶୀଘ୍ର ହୋଇପାରିବ ବୋଲି ଆଶା କରାଯାଇଥିଲା। ଏପରି ତଣ୍ଡ ବ୍ୟବସ୍ଥା ଥିବାରୁ ୧୮୭୩ ରଥଯାତ୍ରା ବେଶ୍ ସୁରୁଖୁରୁ ହୋଇଥିଲା। ପାଖାପାଖି ୧ ଲକ୍ଷ ଲୋକ ନବ ଯୌବନ ଦର୍ଶନ କରିଥିଲେ।

ରଥଯାତ୍ରା ଦିନ ପହଣ୍ଡି ବିଜେ ଶୀଘ୍ର ଆରମ୍ଭ ହେଲା। ଅପରାହ୍ନ ୩ଟା ସୁଦ୍ଧା ଶ୍ରୀଜିଉ ରଥ ଉପରେ ବିରାଜମାନ କଲେ। ରଥଟଣା ହେବା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ରାଜାଙ୍କ ପକ୍ଷରୁ ଠିକଣା ସମୟରେ ରଥ ଦଉଡ଼ି ଯୋଗାଇ ଦିଆଯାଇପାରିଲା ନାହିଁ। ଫଳରେ ରଥ ଟଣା ବିଳମ୍ୱ ହୋଇଥିଲା। କିନ୍ତୁ ରଥଯାତ୍ରା ଦିନ ରଥ ଟଣାହେବା ଇତିହାସ ପୁଣିଥରେ ଉଜ୍ଜୀବିତ ହେଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ଚତୁର୍ଥ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରକୁ ଠାକୁର ବିଜେ ହୋଇଥିଲେ। ହେଲେ ଏହା ପରେ ପୁଣି ସବୁ ଅଧିକାରୀ, ରାଜ କର୍ମଚାରୀ ଅମନଯୋଗ ହେଲେ। ଫଳରେ ନିର୍ଦ୍ଧାରିତ ଦିନ ରଥମୋଡ଼ ହୋଇପାରିଲା ନାହିଁ; ଯଦ୍ୱାରା ବାହୁଡ଼ା ଦିନ ରଥଟଣା ହୋଇପାରି ନଥିଲା।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like