ସୁସ୍ଥ ହେଲେ ୧୮୬ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର: ରାଜ୍ୟରେ ଆଜି ୧୮୬ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୩ ହଜାର ୭୨୦କୁ ବୃଦ୍ଧି, ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କେଉଁ ଜିଲ୍ଲାରୁ କେତେ ସୁସ୍ଥ:-

କଟକ ଜିଲ୍ଲାରୁ ସର୍ବାଧିକ ୬୨ ଜଣ ସୁସ୍ଥ ହୋଇଛନ୍ତି। କନ୍ଧମାଳ ୪୧, ଖୋର୍ଦ୍ଧା ୩୨, ଗଞ୍ଜାମ ୧୨, ମୟୂରଭଞ୍ଜରୁ ୮, ଅନୁଗୁଳରୁ ୭, କେନ୍ଦୁଝରରୁ ୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମାଲକାନଗିରି, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୪ ଲେଖାଏଁ, ବାଲେଶ୍ୱର, ଦେବଗଡ଼, ସୋନପୁରରୁ ୨ ଲେଖାଏଁ ଓ ସୁନ୍ଦରଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି।

ସେହିପରି ରାଜ୍ୟରେ ଗୋଟିଏ ଦିନରେ ୩୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ ହୋଇଛନ୍ତି, ୟାହା ପୂର୍ବ ରେକର୍ଡକୁ ଭାଙ୍ଗିଦେଇଛି। ଗଜପତି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୩୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

You might also like