• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୧୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୧ଜଣ, ଝାରସୁଗୁଡ଼ାରୁ ୨ଜଣ, କେନ୍ଦୁଝରରୁ ୧୧ଜଣ, ଯାଜପୁରରୁ ୧୨ଜଣ, ମାଲକାନଗିରି, ଅନୁଗୁଳ, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ, କଟକରୁ ୧୨ଜଣ, ଜଗତସିଂହପୁରରୁ ୧୧ଜଣ, ଢେଙ୍କାନାଳରୁ ୨ଜଣ, ଗଜପତିରୁ ୧୫ଜଣ, ବରଗଡ଼ରୁ ୧୬ଜଣ, କନ୍ଧମାଳରୁ ୨୨ଜଣ, କଳାହାଣ୍ଡିରୁ ୧୬ଜଣ, ଗଞ୍ଜାମରୁ ୪ଜଣ, ପୁରୀରୁ ୭ଜଣ, ସୁନ୍ଦରଗଡ଼ରୁ ୩ଜଣ, ବଲାଙ୍ଗିରରୁ ୨ଜଣ ଓ ମୟୂରଭଞ୍ଜରୁ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୦୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୩୦୧ଜଣ ଚିକିତ୍ସାଧୀନ ଥିବାବେଳେ ୨,୫୯୪ଜଣ ସୁସ୍ଥ ହୋଇଛନ୍ତି। ତେବେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

186-new-covid19-cases-reported-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories