ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

ଭୁବନେଶ୍ଵର: ରାଜ୍ୟରେ ବଢ଼ି ଚାଲିଛି ବେଆଇନ କଫ୍ ସିରପ୍ କାରବାର। ବଲାଙ୍ଗିର ସହର ମାଲପଡ଼ାରୁ ୧୮ ଶହ ବୋତଲ କଫ୍ ସିରପ୍ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ। ଏହା ଆଗରୁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବେଆଇନ କଫ୍ ସିରପ୍ ଜବତ ହୋଇଥିଲା।

ବଲାଙ୍ଗିର ସହର ଭିତରେ ଚାଲିଥିଲା କଫସିରଫର କଳା କାରନାମା । କଫସିରଫ ମାଫିଆ ଜଗବନ୍ଧୁ ମେହେର ଓରଫ ଜଗା ଚଲାଇଥିବା ବେଆଇନ କଫସିରଫ ବ୍ୟବସାୟ । ବଲାଙ୍ଗିର ଟାଉନ ପୋଲିସର ଏକ ସ୍ୱତନ୍ତ୍ର ଟିମ ଏ ସଂର୍ପକରେ ଖବର ପାଇ ବଲାଙ୍ଗିର ସହରା ମାଳପଡାରେ ରହୁଥିବା ଜଗାର ଘର ଉପରେ ଚଢଉ କରିଥିଲା।

ଘର ଭିତରୁ ବ୍ୟାପକ ପରିମାଣର ବେଆଇନ କଫସିରଫ ବାହାରିଥିବା  ପଚରା ଉଚୁରା କରୁଥିଲା । ଆଜି ତାକୁ ଟାଉନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କଫସିରଫ ଗୁଡିକୁ ଗଣିବା ପରେ ୧୮୦୦ ବୋତଲ ଏସକଫ ବ୍ରାଣ୍ଡର କଫସିରଫ ଥିବା ଜଣାପଡିଛି । ଏହାର ଆନୁମାନିକ ବଜାର ମୁଳ୍ୟ ତିନି ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ନିଶା ବ୍ୟବସାୟୀ ଜଗା କାହା ଠାରୁ କଫସିରଫ ଆଣିଥିଲା , କାହା ପାଖକୁ ଚାଲାଣ କରୁଥିଲା, ଏ ନେଇ ବଲାଙ୍ଗିର ଟାଉନ ପୋଲିସ ଖୋଲତାଡ ଜାରି ରଖିଛି ।

ଆହୁରି ପଢ଼ନ୍ତୁ

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

You might also like