ମହଙ୍ଗା ପଡ଼ିଲା ରାଗିଂ, ୧୮ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଫାଇନ୍‌

ସମ୍ବଲପୁର(ସଞ୍ଜୟ ଜେନା): ବୁର୍ଲା ଭୀମସାର୍‌ରେ MBBS ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଗିଂ ଘଟଣାରେ MBBS ଚତୁର୍ଥ ବର୍ଷର ୧୮ ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା କରାଯାଇଛି। ଏସମ୍ପର୍କରେ ସେମାନଙ୍କର ଅଭିଭାବକଙ୍କୁ ଜଣାଇ ଦିଆଯାଇଥିବା ଭୀମସାର୍ ଡିନ୍‌ ପ୍ରଫେସର ଜୟଶ୍ରୀ ଦୋରା କହିଛନ୍ତି।

ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ‌ଏହି ୧୮ ଜଣ ଛାତ୍ରଙ୍କଠାରୁ ଅଣ୍ଡରଟେକିଂ ମଧ୍ୟ ନିଆଯାଇଛି। ଏହାସହ ମେଡିକାଲ କଲେଜରେ ଶିକ୍ଷାର ବାତାବରଣ ବଜାୟ ରଖିବାକୁ ଡିନ୍ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

କିଛିଦିନ ତଳେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଆଣ୍ଟି ରାଗିଂ ସେଲ୍ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ କରାଯା‌ଇଥିଲା।

You might also like