କରୋନାରୁ ସୁସ୍ଥ ହେଲେ, ଏସ୍‌ସିବିରେ ପ୍ଲାଜମା ଦେଲେ

କଟକ: କଟକ SCBରେ ୧୮ ଜଣଙ୍କ ଠାରୁ ୩୬ ୟୁନିଟ୍ ପ୍ଲାଜମା ସଂଗୃହିତ ହୋଇଛି। ସୂଚନା ଦେଲେ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା।

ସେ କହିଛନ୍ତି ଯେ  ୧୮ ଜଣଙ୍କ ଠାରୁ ୩୬ ୟୁନିଟ୍ ପ୍ଲାଜମା ସଂଗୃହିତ ହୋଇଛି। ୩୦ ବୋତଲ ପ୍ଲାଜମା ବିଭିନ୍ନ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ଆଉ ୬ ବୋତଲ ପ୍ଲାଜମା ସଂରକ୍ଷିତ ଅଛି। ଆଜି ୨ ଜଣ ପ୍ଲାଜମା ଦେବେ। ପ୍ଲାଜମା ଥେରାପୀରୁ ସୁଫଳ ମିଳିଛି। ଆଗକୁ ପ୍ଲାଜମା ସଂଗ୍ରହ ଜାରି ରହିବ।

ଅପରପଟେ ଆଇସୋଲେସନ ୱାର୍ଡରେ ଅବ୍ୟବସ୍ଥା ନେଇ ମଧ୍ୟ ମତ ରଖିଛନ୍ତି। ଆମେ ଏହାକୁ ଅସ୍ୱୀକାର କରୁ ନାହୁଁ, କିଛି ତ୍ରୁଟି ସାମ୍ନାକୁ ଆସିଛି। ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ପଦକ୍ଷେପ ନେଇଛୁ। ଏହି ମହାମାରୀ ବେଳେ ସମସ୍ତଙ୍କୁ ମିଶି କାମ କରିବାକୁ ପଡ଼ିବ। SCBର ସୁନାମ ସାରା ଦେଶରେ ରହିଛି; କ୍ଷୁଣ୍ଣ ହେବାକୁ ଦେବୁନି ବୋଲି ସେ କହିଛନ୍ତି। ଏସ୍‌ସିବି ଆଇସୋଲେସନ୍ ୱାର୍ଡରୁ ଅବ୍ୟବସ୍ଥାର ଚିତ୍ରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

You might also like