ଗଞ୍ଜାମରେ ଆଉ ୧୮ କରୋନା ଯୋଦ୍ଧାଙ୍କୁ କରୋନା

ବ୍ରହ୍ମପୁର: ରାଜ୍ୟରେ ଆଉ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪୩ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ କରୋନା ଯୋଦ୍ଧା ଅଛନ୍ତି।

ପୁରୁଷୋତ୍ତମପୁରର ଜଣେ ସୁରତ ଫେରନ୍ତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୩୯ ଜଣ କଣ୍ଟାକ୍ଟ‌ ଟ୍ରେସିଂରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

corona

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୯୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭୬ ଜଣ ଚିକିତ୍ସାଧୀନ ଅଛନ୍ତି। ୮ଜଣଙ୍କ ମୃତ୍ୟୁ ଘଟିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

ବିଏମ୍‌ସି ଅଞ୍ଚଳରେ ସମାବେଶ ଉପରେ କଟକଣା

ସମ୍ପନ୍ନ ହେଲା ନୀଳାଦ୍ରି ବିଜେ: ନୀଳକନ୍ଦରକୁ ବାହୁଡ଼ିଗଲେ ଚତୁର୍ଦ୍ଧାମୂରତି

ବାହାଘରରେ କରୋନା କଟକଣା ଉଲ୍ଲଙ୍ଘନ: ହୋଟେଲ୍ ସିଲ୍‌, ୫ ଗିରଫ

କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ

ପଜିଟିଭ୍‌ରେ ରେକର୍ଡ ଭାଙ୍ଗୁଛି ଗଞ୍ଜାମ, ମୃତ୍ୟୁରେ ବି ନମ୍ବର ଓ୍ୱାନ୍

ଖଣ୍ଡଗିରି, ଉଦୟଗିରି ଓ ଧଉଳି ସହିତ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଆଜି ୨୨୯ କରୋନା ଆକ୍ରାନ୍ତ ସୁସ୍ଥ; ଗଂଜାମରୁ ସର୍ବାଧିକ

କେନ୍ ଭିତରେ ମୁଣ୍ଡ ଫସି ଛଟପଟ ହେଉଥିଲା ନାଗ; ଟିଣକୁ କାଟିବା ପରେ…

ବାହାଘର ଖୁସିରେ ଭୁଲିଗଲେ ନିୟମ; ଫାଇନ୍‌ ସହ ଥାନାରେ ମାମଲା

୧୪ ଜିଲ୍ଲାବାସୀଙ୍କ ପାଇଁ କଟକଣା, ରାଉରକେଲା ଆସିଲେ ଆଗେ କ୍ୱାରେଣ୍ଟିନ ଯିବ

କରୋନାର କରାଳ ରୂପ: ୪ ଦିନରେ ୯ ମୃତ, ୧୫୩୬ ଆକ୍ରାନ୍ତ

ଦୀପ୍ତିଜ୍ୟୋତି, ଆଦ୍ୟାଶା ପିନ୍ଧିଲେ ରଜ ରାଜକୁମାରୀ ମୁକୁଟ

You might also like