ଚୋରକୁ ଧରିଲା ପୁଲିସ୍‌‌, କ୍ୱାରେଣ୍ଟିନ୍‌ରେ ଗଲେ ୧୮ ପୁଲିସ୍‌ କର୍ମଚାରୀ

ପୁରୀ: ରାଜ୍ୟରେ ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ କେବଳ ୧୮ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗିରଫ ୨ ଅଭିଯୁକ୍ତଙ୍କ ସ୍ୱାବ ନମୁନା ମଧ୍ୟ ପଜିଟିଭ ଆସିଛି।

ଗିରଫ ୨ ଅଭିଯୁକ୍ତଙ୍କ ସ୍ୱାବ ନମୁନା ପଜିଟିଭ ଆସିବା ପରେ ପୁରୀ ଜିଲ୍ଲାର ୨ଟି ଥାନାର ୧୮ଜଣ ପୁଲିସ୍‌ କର୍ମଚାରୀଙ୍କୁ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ମଧ୍ୟରେ କଣାସ ଥାନାର ୧୧ଜଣ, ଗଡ଼ିଶାଗୋଦା ଥାନାର ୭ଜଣ କର୍ମଚାରୀ ଅଛନ୍ତି।

ଗତ ୪ ଦିନ ତଳେ କଣାସ ପୁଲିସ୍‌ ଜଣେ ଗାଡ଼ି ଚୋରକୁ ଧରିଥିଲା। ଗଡ଼ିଶାଗଦା ପୁଲିସ୍‌ ମଧ୍ୟ ଜଣେ ଲୁଟେରାକୁ ଗିରଫ କରିଥିଲା। ଉଭୟ ଅଭିଯୁକ୍ତଙ୍କ ନମୁନା ପଜିଟିଭ ଆସିବା ପରେ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

ରାଜ୍ୟରେ ଚିହ୍ନଟ ନୂଆ ୧୭୫ କରୋନା ଆକ୍ରାନ୍ତ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ ସେଣ୍ଟରର ୧୪୫ ହୋଇଥିବାବେଳେ ୩୦ଟି ଲୋକାଲ୍ କେସ୍ ରହିଛି। ଏ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ମଧ୍ୟ ପଢ଼ନ୍ତୁ: ରାଜ୍ୟରୁ ୧୭୫ କରୋନା ରୋଗୀ ଚିହ୍ନଟ; ଗଜପତିରୁ ସର୍ବାଧିକ ୫୭

You might also like