୧୭ଜିଲ୍ଲାକୁ ସାଢ଼େ୪ଟା ପର୍ଯ୍ୟନ୍ତ ବର୍ଷା ଓ ଘଡ଼ଘଡ଼ି ବିପଦ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ଯାଜପୁର,ପୁରୀ, କଟକ, ନୟାଗଡ,ଗଜପତି, ଭଦ୍ରକ, ମୟୁରଭଞ୍ଜ,ସମ୍ବଲପୁର, ସୁନ୍ଦରଗଡ, କୋରାପୁଟ, କେନ୍ଦୁଝର,କେନ୍ଦ୍ରାପଡା,ଖୋର୍ଦ୍ଧା,ଜଗତସିଂହପୁର ଓ ମାଲକାନଗିରି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅପରାହ୍ନ ସାଢ଼େ ୪ଟା ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସେପଟେ ଆସନ୍ତା ୧୮ ତାରିଖରେ ପଶ୍ଚିମ-କେନ୍ଦ୍ର ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ୧୯ରୁ ୨୧ ଯାଏ ତିନିଦିନ ଧରି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବିଶେଷତଃ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

You might also like