ଭୁବନେଶ୍ୱରରୁ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ, ୭୮ ଲୋକାଲ୍ କେସ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ। ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୯୨ କ୍ୱାରେଣ୍ଟିନରୁ, ୭୮ ଲୋକାଲ୍ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)।

କେଉଁ ଅଞ୍ଚଳରୁ କେତେ:-

ନୀଳାଦ୍ରି ବିହାରରୁ ୧୦, ପଟିଆରୁ ୬ ପଜିଟିଭ୍ ଚିହ୍ନଟ। ପଟିଆ ଶିଖରଚଣ୍ଡୀ ବିହାରରୁ ୫, ବୁଦ୍ଧେଶ୍ୱରୀ କଲୋନୀରୁ ୪ ଚିହ୍ନଟ ହୋଇଛନ୍ତି।

ସେହିପରି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୧୮୪ ସୁସ୍ଥ ହୋଇଛନ୍ତି। ଏଯାବତ୍ ଭୁବନେଶ୍ୱର ମହାନଗର ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ୫୨୮୯କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍ ୧୮୨୩, ସୁସ୍ଥ- ୩୪୩୫ ହୋଇଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ହୋଇଛି।

You might also like