ଦିନକରେ ସୁସ୍ଥ ହେଲେ ୧୭୭୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୧୭୭୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୨,୨୭୬ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୧୬, କଟକରୁ ୧୪୭, ସମ୍ୱଲପୁରରୁ ୧୨୫, କନ୍ଧମାଳରୁ ୯୨, ଯାଜପୁରରୁ ୮୭, ମୟୂରଭଞ୍ଜରୁ ୮୦, ରାୟଗଡ଼ାରୁ ୭୭, ପୁରୀରୁ ୭୪, ମାଲକାନଗିରିରୁ ୭୨, କୋରାପୁଟରୁ ୬୯, ସୁନ୍ଦରଗଡ଼ରୁ ୬୮, ବାଲେଶ୍ୱରରୁ ୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
4 each from Nuapada & Sonepur
The total recovered cases of Odisha now stand at 52276
— H & FW Dept Odisha (@HFWOdisha) August 22, 2020
ସେହିପରି ନୟାଗଡ଼ରୁ ୫୧, କଳାହାଣ୍ଡିରୁ ୩୮, କେନ୍ଦୁଝରରୁ ୩୮, ବରଗଡ଼ରୁ ୩୨, ଗଜପତିରୁ ୩୦, ବଲାଙ୍ଗିରିରୁ ୨୬, ଭଦ୍ରକରୁ ୨୫, ନବରଙ୍ଗପୁରରୁ ୨୩, କେନ୍ଦ୍ରାପଡ଼ାରୁ ୨୨, ଢେଙ୍କାନାଳ ୨୦, ଝାରସୁଗୁଡ଼ାରୁ ୧୯, ଜଗତସିଂହପୁରରୁ ୧୫, ଅନୁଗୋଳରୁ ୭, ନୂଆପଡ଼ାରୁ ୪ ଓ ସୋନପୁରରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।