ତେଲନଦୀ ଟାପୁରେ ଫସିଥିବା ୧୭ଜଣ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର : ପ୍ରବଳ ବର୍ଷା ପରେ ତେଲ ନଦୀରେ ହଠାତ୍ ବନ୍ୟା ଅାସିବାରୁ ନଦୀ ମଝିରେ ଥିବା ଏକ ଟାପୁରେ ଫସି ଯାଇଥିବା ୧୭ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ସେମାନଙ୍କ ମଧ୍ୟରେ ବିଦ୍ୟୁତ୍ ବିଭାଗର ୧୩ ଓ ଜଳ ଯୋଗାଣ ବିଭାଗର ୪ ଜଣ କର୍ମଚାରୀ ଅଛନ୍ତି। ବାଞ୍ଜିପଦର ଟାପୁରେ ଥିବା ଏକ ଜଳ ଯୋଗାଣ ପ୍ରକଳ୍ପ କାମ ପାଇଁ ସେମାନେ ଯାଇଥିବାବେଳେ ତେଲ ନଦୀରେ ହଠାତ ବନ୍ୟା ଅାସିବାରୁ ଅାଉ ଫେରିପାରି ନଥିଲେ। ଫସି ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗର ଟିମ୍ ଅାବଶ୍ୟକ ସରଞ୍ଜାମ ଧରି ପହଞ୍ଚିଥିଲା।

ସେପଟେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ଡେରଜଙ୍ଗ ଗାଁରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶାନ୍ତିଲତା ପ୍ରଧାନ ଓ ବୈଶାଖୀ ପ୍ରଧାନ। ବିଲରେ ତଳି ରୋଉଥିବାବେଳେ ବଜ୍ରପାତରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ସେପଟେ କନ୍ଧମାଳ ଜିଲ୍ଲା କୋଟଗଡ଼ କରାସର ନଦୀରେ ଭାସି ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଛନ୍ତି। ସେ ହେଲେ କୁମ୍ଭାର ସାହିର ସିମନ କହଁର ନଈକୁ ଗାଧୋଇବାକୁ ଯାଇଥିବାବେଳେ ପ୍ରଖର ସୁଅରେ ଭାସି ଯାଇଥିଲେ ସିମନ। ତାଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛି ଅଗ୍ନିଶମ ବିଭାଗ।

You might also like