ଓମାନ୍‌ରେ ଫସିଛନ୍ତି ୧୭ ଓଡ଼ିଆ

ଗଞ୍ଜାମ: ବିଦେଶରେ ପୁଣି ଥରେ ହଟହଟା ହୋଇଛନ୍ତି ଓଡ଼ିଆ। ଓମାନ୍‌ର ରାଜଧାନୀ ମସ୍‌କଟ୍‌ରେ ୧୭ ଜଣ ଓଡ଼ିଆ ଫସି ରହିଛନ୍ତି।

ଗଞ୍ଜାମ ଜିଲ୍ଲାରୁ ଯାଇଥିବା ଏହି ଶ୍ରମିକଙ୍କୁ ଦୀର୍ଘ ଦିନ ଧରି ଦରମା ମିଳିନଥିବା ଅଭିଯୋଗ ହୋଇଛି। J AND P କମ୍ପାନୀ ଶ୍ରମିକଙ୍କୁ ୫ ମାସ ହେବ ଦରମା ଦେଇନି। ଏହାସହ ଆବଶ୍ୟକ ମୁତାବକ ଖାଦ୍ୟ ବି ଶ୍ରମିକଙ୍କୁ ଦିଆଯାଉନଥିବା ଅଭିଯୋଗ ହୋଇଛି।

କେବଳ ଏତିକି ନୁହେଁ, ଶ୍ରମିକଙ୍କୁ ସେମାନଙ୍କ ଭିସା ଓ ପାସ୍‌ପୋର୍ଟ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶ୍ରମିକ ମାନେ କମ୍ପାନୀ ସମ୍ମୁଖରେ ବିକ୍ଷୋଭ କରିଛନ୍ତି।

ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ, ରାଜସ୍ଥାନର ଶ୍ରମିକ ବି ସେଠାରେ ଫସି ରହିଛନ୍ତି।

You might also like