ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୭ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୪

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫ଟି କ୍ୱାରେଣ୍ଟିନ୍‌, ୧୦ଟି ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ରହିଛି। ଏହାସହ ୨ଜଣ କୋଭିଡ୍‌ ଯୋଦ୍ଧା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। 

ତେବେ ଆଜି ଭୁବନେଶ୍ୱରରେ ଆଉ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୭୪ଜଣ ସୁସ୍ଥ ହୋଇଥିବାବେଳେ ୧୬୯ଜଣ ଚିକିତ୍ସାଧୀନ ଅଛନ୍ତି। ଜଣଙ୍କ ମୃତ୍ୟୁ ଘଟିଛି।

You might also like