ଆଜି ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୫୭ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି।
ଭୁବନେଶ୍ୱର ଓ ସୁନ୍ଦରଗଡ଼ରୁ ସର୍ବାଧିକ ୪ଜଣ ଲେଖାଏ, ସମ୍ବଲପୁରରୁ ୩ଜଣ, ଝାରସୁଗୁଡ଼ା ଓ ବରଗଡ଼ରୁ ୨ଜଣ ଲେଖାଏ ଏବଂ ବଲାଙ୍ଗିର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Regret to inform the demise of seventeen numbers of #COVID19 positive patients while under treatment in hospitals.
1.A 36-year-old male of Balangir district.
2.A 60-year-old male of Bargarh district who was also suffering from Diabetes Mellitus, Hypertension & Hypothyroidism.— H & FW Dept Odisha (@HFWOdisha) November 23, 2020