ରାଉରକେଲା ସ୍ୱତନ୍ତ୍ର ଜେଲ୍‌ର ୧୭ ଅନ୍ତେବାସୀଙ୍କୁ କରୋନା

ରାଉରକେଲା: ଜେଲ୍‌ରେ କାୟା ବିସ୍ତାର କରୁଛି କରୋନା। ରାଉରକେଲା ସ୍ୱତନ୍ତ୍ର ଜେଲ୍‌ର ୧୭ ଜଣ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ଜେଲ୍ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

କରୋନା ପଜିଟିଭ୍‌ ବାହାରିଥିବା ସମସ୍ତ ଅନ୍ତେବାସୀଙ୍କୁ ରାଉରକେଲା କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଜେଲ୍‌ର ବିଭିନ୍ନ ଓ୍ୱାର୍ଡକୁ ବିଶୋଧନ କରାଯାଉଛି।

ସୂଚନାଥାଉ କି, ଗୁରୁବାର ଆଣ୍ଟିଜେନ୍ ଟେଷ୍ଟରେ ସୁନ୍ଦରଗଡ଼ ଜିଲ୍ଲାର ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ଭିତରେ ସ୍ୱତନ୍ତ୍ର ଜେଲ୍‌ର ୧୭ ଅନ୍ତେବାସୀ ଥିଲେ।

You might also like