ଆନ୍ଧ୍ରରୁ ଉଦ୍ଧାର ହେଲେ କୋରାପୁଟ୍ ଜିଲ୍ଲାର ୧୭ ଯୁବତୀ

କୋରାପୁଟ : ଦୀର୍ଘ ତିନିମାସ ପରେ ଭିଟାମାଟିକୁ ଫେରିଲେ ଆନ୍ଧ୍ରରେ ଦାଦନ ଖଟୁଥିବା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ୧୭ ଜଣ ଯୁବତୀ। ଉଦ୍ଧାର ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୬ଜଣ ନାବାଳିକା ହୋଇଥିବାରୁ ସେମାନଙ୍କୁ ଶିଶୁ ସୁରକ୍ଷା ସେଲ୍‌କୁ ହସ୍ତାନ୍ତର କରାଯାଇଛି।

ଅନ୍ୟମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ। ତେଲେଙ୍ଗାନା ପୁଲିସ ସହାୟତାରେ ଲକ୍ଷ୍ମୀପୁର ପୁଲିସ ଓ ଶ୍ରମ ବିଭାଗ, ଯୁବତୀଙ୍କୁ ଉଦ୍ଧାର କରି ତାଙ୍କ ଭିଟାମାଟିକୁ ଆଣିଥିଲେ। ଅଧିକ ଟଙ୍କା ଉପାର୍ଜନ ଆଶାରେ ଦୁଇ ଜଣ ଦଲାଲଙ୍କ ପ୍ରରୋଚନାରେ ପଡି ଯୁବତୀମାନେ ଦାଦନ ଖଟିବାକୁ ଯାଇଥିବା ପୁଲିସ କହିଛି।

ସେପଟେ ଜିଲ୍ଲାରେ ଏଭଳି ଘଟଣା ବଢିବାକୁ ନେଇ ଚିନ୍ତା ପ୍ରକାଶ କରିଛି ଶ୍ରମ ବିଭାଗ। ଲୋକଙ୍କୁ ବାରମ୍ବାର ସଚେତନ କରିବା ପରେ ବି ଅଧିକ ଉପାର୍ଜନ ସହ ସହର ବୁଲିବା ଆଶାରେ ସେମାନେ ଏଭଳି ପଦକ୍ଷେପ ନେଉଥିବା କହିଛନ୍ତି ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ।

You might also like