ଆଜି ରାଜ୍ୟରୁ ସର୍ବାଧିକ ଲୋକଙ୍କ ମୁଣ୍ଡ ନେଲା କରୋନା

୨୪ ଘଂଟାରେ ୧୭ ମୃତ

ଭୁବନେଶ୍ୱର: ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ମାତ୍ର ୨୪ ଘଂଟାରେ ରାଜ୍ୟରୁ ୧୭ ଜଣଙ୍କ ପ୍ରାଣ ନେଇ ମହାମାରୀ। କହିବାକୁ ଗଲେ ରାଜ୍ୟରେ ପୁଣି କରୋନା ଉପରମୁହାଁ ହୋଇଛି। ୧୦ ହଜାର ଟପିଲା ଦୈନିକ ସଂକ୍ରମଣର ହାର। ରାଜ୍ୟରେ ଆଜି ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ବାଧତ୍କ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି। ସୂଚନା ଅନୁସାରେ,  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ସୁନ୍ଦରଗଡ଼- ୧୧୮୬, କଟକ- ୯୬୩, କଳାହାଣ୍ଡି- ୫୭୧ବରଗଡ଼- ୫୪୩, ସମ୍ବଲପୁର- ୪୬୦, ନବରଙ୍ଗପୁର- ୪୦୪ ବରଗଡ଼- ୫୪୩, ସମ୍ବଲପୁର- ୪୬୦, ନବରଙ୍ଗପୁର- ୪୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ଓ ଝାରସୁଗୁଡ଼ାରୁ ୩୧୪ ଲେଖାଏଁ, ନୂଆପଡ଼ାରୁ ୩୦୪ ଚିହ୍ନଟ ହୋଇଛନ୍ତି। ଏହାସହ ମୟୂରଭଞ୍ଜ- ୨୮୮, ଷ୍ଟେଟ୍ ପୁଲ୍- ୨୮୨, ବୌଦ୍ଧ- ୨୫୦, ନୟାଗଡ଼- ୨୨୪, ଜଗତସିଂହପୁର- ୨୧୭, ଗଞ୍ଜାମ- ୧୯୬, କେନ୍ଦୁଝର- ୧୯୪, କୋରାପୁଟ- ୧୮୨, ଭଦ୍ରକ- ୧୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଠିକ୍‌ ସେହିପରି ରାୟଗଡ଼ା- ୧୪୦, କେନ୍ଦ୍ରାପଡ଼ା- ୧୨୧, ଗଜପତି- ୧୧୩, ସୁବର୍ଣ୍ଣପୁର- ୧୧୨ ବାଲେଶ୍ୱର- ୯୭, ଦେବଗଡ଼ ଓ ଢେଙ୍କାନାଳରୁ ୮୮ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାସହ ମାଲକାନଗିରି- ୮୩, କନ୍ଧମାଳରୁ ୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆଉ  ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୧୬୨କୁ ବୃଦ୍ଧି ପାଇଛି।

ସେପଟେ, ବେଙ୍ଗଲ୍ ଷ୍ଟ୍ରେନ ପରେ ରାଜ୍ୟକୁ ଏବେ ଆନ୍ଧ୍ର ଷ୍ଟ୍ରେନ୍ ଡର। ପ୍ରବାସୀ ଓଡ଼ିଆ ଫେରୁଥିବାରୁ ବଢ଼ୁଛି ଚିନ୍ତା। ଏଥିପାଇଁ ଏ ଦୁଇ ରାଜ୍ୟ ସହ ଲାଗିଥିବା ଓଡ଼ିଶାର ୬ଟି ଜିଲ୍ଲାର ସୀମାକୁ ସିଲ୍ କରାଯାଇ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ଗତକାଲି ମୁଖ୍ୟ ଶାସନ ସଚିବ ଓ ଏସ୍ଆରସି ୪ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ପ୍ରତି ବ୍ଳକରେ ଟିଏମ୍ସି ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ଡର ଉପରେ ନଜର ରଖାଯାଇଥିଲେ ବି ଚିନ୍ତା ବଢାଉଛନ୍ତି ଟ୍ରେନ୍ ଯାତ୍ରୀ।

ପଶ୍ଚିମ, ଉତ୍ତର ପରେ ଏବେ ଦକ୍ଷିଣ ସୀମା ସିଲ୍। ପ୍ରଥମେ ଛତିଶଗଡ଼, ପରେ ପଶ୍ଚିମବଙ୍ଗ ଆଉ ଏବେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ବର୍ଡର ବେଙ୍ଗଲ୍ ଷ୍ଟ୍ରେନ୍ ପରେ ରାଜ୍ୟକୁ ଘାରିଛି ଆନ୍ଧ୍ର ଷ୍ଟ୍ରେନ୍ ଡର। ଆନ୍ଧ୍ର ଭେରିଆଣ୍ଟ ତୀବ୍ର ବେଗରେ ସଂକ୍ରମିତ କରୁଥିବାରୁ ରାଜ୍ୟ ସରକାର ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦୁଇ ରାଜ୍ୟ ସଂଲଗ୍ନ ୬ଟି ଜିଲ୍ଲା ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ସୀମା ଜଗିବା ସହ କଡ଼ାକଡ଼ି ଯାଂଚ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ପାରଳାଖେମୁଣ୍ଡି, କୋରାପୁଟ, ଚିତ୍ରକୋଣ୍ଡା ଓ ଉମରକୋଟର ସବୁ ପ୍ରବେଶ ପଥରେ କଡ଼ାକଡ଼ି ଚେକିଂ ଚାଲିଛି।

You might also like