୨୪ ଘଣ୍ଟାରେ ପୁଣି ୧୭ ମୁଣ୍ଡ ନେଲା କରୋନା

ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୧୭ ମୁଣ୍ଡ ନେଲା କରୋନା । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି । ଅନୁଗୁଳ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଅନୁଗୁଳରୁ ଜଣେ ୭୫ ବର୍ଷିୟ ମହିଳାଙ୍କ ସମେତ ଜଣେ ୫୬ ବର୍ଷୀୟ ଓ ଜଣେ ୮୯ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ଜୀବନ ଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ଜଣେ, ଭୁବନେଶ୍ୱରରୁ ୨ ଜଣ, ଢ଼େଙ୍କାନାଳରୁ ଜଣେ, ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ୨ ଜଣ, ଖୋର୍ଦ୍ଧାରୁ ଜଣେ, ନୂଆପଡ଼ା ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ଜଣେ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣଙ୍କ ଜୀବନ ନେଇଛି ମହାମାରୀ । ଗତକାଲି ଦିନକରେ ୧୮ ଜଣ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ ।

 

ରାଜ୍ୟର ୨୬ଟି ଜିଲ୍ଲା ଏବେ ରେଡ ଜୋନରେ ରହିଛି । ଦୀର୍ଘ କିଛି ଦିନ ଧରି କରୋନା ସଂକ୍ରମଣ ସ୍ଥିର ରହିଥିବା ବେଳେ ଆଜି ପୁଣି ୧୦ ହଜାର ପାର କରିଛି ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୧୦,୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୭ ତାରିଖରେ ରାଜ୍ୟରେ ସର୍ବାଧିକ ୧୨,୨୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୯୬୪, କଟକରୁ ୮୮୫, ଅନୁଗୁଳରୁ ୫୩୯, ସମ୍ବଲପୁରରୁ ୪୫୪, ବଡ଼ଗଡ଼ରୁ ୪୩୨, ବଲାଙ୍ଗୀରରୁ ୪୨୬, ପୁରୀ ୩୯୮, ଝାରସୁଗୁଡ଼ାରୁ ୩୮୦, ନୂଆପଡ଼ାରୁ ୩୭୮, ବାଲେଶ୍ୱରରୁ ୩୦୩ ଓ କେନ୍ଦୁଝରରୁ ୨୫୩, କଳାହାଣ୍ଡିରୁ ୩୭୦, ଯାଜପୁର ୩୪୯, ନବରଙ୍ଗପୁର ୩୩୫, ବାଲେଶ୍ୱରରୁ ୩୦୩, କେନ୍ଦୁଝରରୁ ୨୫୩,ମୟୁରଭଞ୍ଜରୁ ୨୩୯, ଜଗତସିଂହପୁରରୁ ୨୩୨, ଭଦ୍ରକରୁ ୨୩୧, ସୁବର୍ଣ୍ଣପୁରରୁ ୨୧୫, ରାୟଗଡାରୁ ୨୧୨, କୋରାପୁଟରୁ ୧୯୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ଼ରୁ ୧୯୨, ଢ଼େଙ୍କାନାଳରୁ ୧୮୯, ବୌଦ୍ଧରୁ ୧୮୦, ଗଞ୍ଜାମରୁ ୧୭୭, କେନ୍ଦ୍ରାପଡ଼ାରୁ ୧୪୧, କନ୍ଧମାଳରୁ ୧୩୪,ଦେବଗଡ଼ରୁ ୧୨୭, ଗଜପତିରୁ ୧୧୧ ଓ ମାଲକାନଗିରିରୁ ୭୧ ଜଣ ଓ ଷ୍ଟେଟପୁଲରୁ ୩୩୨ ଜଣ ଚିହ୍ନଟ ହୋଇଛନ୍ତି ।

You might also like