ଭୁବନେଶ୍ୱର: ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ୪୩. ୨ ଡିଗ୍ରୀ ସହ ଭୁବନେଶ୍ୱର ସର୍ବାଧିକ ଉତ୍ତପ୍ତ ସହର ରହିଛି। ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୧୭ ସହର ରହିଛି। ରାଜ୍ୟର ୩ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି। ବୌଦ୍ଧରେ ପାରଦ ୪୨.୫ ଡିଗ୍ରୀ ରହିଥିବାବେଳେ ବାରିପଦା- ୪୨.୪, ଟିଟିଲାଗଡ଼- ୪୨ ଡିଗ୍ରୀ, ଝାରସୁଗୁଡ଼ା- ୪୧.୮, ସମ୍ବଲପୁର- ୪୧.୫, ନୟାଗଡ଼- ୪୧.୫, ବଲାଙ୍ଗିର- ୪୧.୨, ତାଳଚେର- ୪୧.୧, ସୁନ୍ଦରଗଡ଼- ୪୧, ସୋନପୁର- ୪୧, ବଲାଙ୍ଗିର- ୪୦.୯, ଅନୁଗୁଳ- ୪୦.୯, କଟକ- ୪୦.୮, ଭବାନୀପାଟଣା- ୪୦.୬, ହୀରାକୁଦ- ୪୦.୩ ଡିଗ୍ରୀ ରହିଛି।