ଗୋଟିଏ ବ୍ଲକ୍‌ର ୧୭ କର୍ମଚାରୀ କରୋନାରେ ଆକ୍ରାନ୍ତ

କଟକ: କଟକର ଚାରିଦିଗକୁ ବ୍ୟାପିଲାଣି କରୋନା।  ନିଶ୍ଚିନ୍ତକୋଇଲି ବ୍ଲକରେ ପଶିଲା ମହାମାରୀ। ଏହି ବ୍ଲକ୍‌ର ୧୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିଶ୍ଚିନ୍ତକୋଇଲି ବ୍ଲକର ବିଡିଓ କର୍ଣ୍ଣଦେବ ସମ୍ମାଦାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ବ୍ଲକ୍‌କୁ ଆସିଥିବା ଆଉ ୭ ଜଣଙ୍କର ସ୍ୱାବ୍ ଟେଷ୍ଟ ପଜିଟିଭ୍ ଆସିଛି। ଏତେ ସଂଖ୍ୟକ କର୍ମଚାରୀଙ୍କୁ କରୋନା ପରେ ବ୍ଲକ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ବିଡିଓ ଓ ଜିପିଓଙ୍କ କୋଭିଡ୍‌ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ମିଳିଛି।

ଏନେଇ ବିଡିଓ କର୍ଣ୍ଣଦେବ ସମ୍ମାଦାର କହିଛନ୍ତି ଯେ, ୨୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭ ଜଣ ବ୍ଲକ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ଅଫିସ୍‌ରୁ ଚିହ୍ନଟ ହୋଇଥିବାରୁ ଅଫିସ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ୨-୩ ଦିନ ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ସମସ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନ୍‌ ରହିବାକୁ ପରାମର୍ଶ ଦିଆଯାଇଛି।

କଟକରେ ୧୬୮୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୧୧୨୧ ସୁସ୍ଥ ହୋଇଥିବା ବେଳେ ୫୫୬ଟି ଆକ୍ଟିଭ କେଶ ରହିଛି। ୯ ଜଣଙ୍କ ମୃତ୍ୟୁ ହୋଇଛି।

You might also like