ରାଜ୍ୟରେ ଆଉ ୧୬୭୩ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ଆଉ ୧୬୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୬ହଜାର ୪୭୮କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
46 from Kandhamal
35 from Nayagarh
34 from Jajpur
33 from Gajapati
31 from Kendrapara
30 from Balasore
28 from Malkangiri
26 from Bhadrak
25 from Mayurbhanj
24 from Dhenkanal
21 from Kalahandi
15 from Bolangir
14 from Sonepur
11 from Nabarangpur
8 from Jagatsinghpur— H & FW Dept Odisha (@HFWOdisha) August 12, 2020
ବୁଧବାର ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଆଗରେ ରହିଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୮୯ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୭୭, ସୁନ୍ଦରଗଡ଼ରୁ ୧୬୩, କଟକରୁ ୧୨୬, କୋରାପୁଟରୁ ୧୨୦, ପୁରୀରୁ ୧୦୦, ସମ୍ବଲପୁରରୁ ୬୧, ବରଗଡ଼ରୁ ୫୦, କେନ୍ଦୁଝର ଓ ରାୟଗଡ଼ାରୁ ୪୭ଜଣ ଲେଖାଏ ସୁସ୍ଥ ହୋଇଛନ୍ତି।
ସେହିପରି କନ୍ଧମାଳରୁ ୪୬, ନୟାଗଡ଼ରୁ ୩୫, ଯାଜପୁରରୁ ୩୪, ଗଜପତିରୁ ୩୩, କେନ୍ଦ୍ରାପଡ଼ାରୁ ୩୧, ବାଲେଶ୍ୱରରୁ ୩୦, ମାଲକାନଗିରିରୁ ୨୮, ଭଦ୍ରକରୁ ୨୬, ମୟୂରଭଞ୍ଜରୁ ୨୫, ଢେଙ୍କାନାଳରୁ ୨୪, କଳାହାଣ୍ଡିରୁ ୨୧, ବଲାଙ୍ଗିରରୁ ୧୫, ସୋନପୁରର ୧୪, ନବରଙ୍ଗପୁରରୁ ୧୧, ଜଗତସିଂହପୁରରୁ ୮, ଝାରସୁଗୁଡ଼ାରୁ ୬, ଅନୁଗୁଳରୁ ୪, ବୌଦ୍ଧ ଓ ନୂଆପଡ଼ାରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି।