• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୧୦୪ ଓ ଲୋକାଲ କେସ୍ ୫୯ ରହିଛି। ଏମାନଙ୍କୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୯୧ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି BMC।

କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:-

କେବଳ ଭରତପୁର ଅଞ୍ଚଳରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହଟସ୍ପଟ ଜିଲ୍ଲାରୁ ଏମାନେ ଫେରିବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୟୁନିଟ୍-୧ ଆଖଣ୍ଡଳମଣି ବସ୍ତିରୁ ୪ ଜଣ, କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲରୁ ୩ ଜଣ କର୍ମଚାରୀ, ଘରୋଇ ହସ୍ପିଟାଲରୁ ୩ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ଓଲ୍ଡ ଟାଉନ୍ ବାରିକ ସାହି, ବରମୁଣ୍ଡା ଏଚଭି କଲୋନି, ସୈନିକ ସ୍କୁଲ ଅଞ୍ଚଳରୁ ଏବଂ ଲକ୍ଷ୍ମୀ ସାଗର ଅଞ୍ଚଳରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ନହରକଣ୍ଟା, ପଟିଆ ସ୍ଥିତ ବାସୁଦେବ ପ୍ଲାଜା, ଶୈଳଶ୍ରୀ ବିହାର, ଘାଟିିକଆ, କଳିଙ୍ଗ ନଗର, କପିଳ ପ୍ରସାଦ, ଗଙ୍ଗନଗର ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କେଉଁ ଅଞ୍ଚଳରୁ ଚିହ୍ନଟ ହେଲେ ଲୋକାଲ୍ କେସ୍ ନିମ୍ନୋକ୍ତ ଚିତ୍ରରେ ଦେଖନ୍ତୁ:-

ଆଜି ଭୁବନେଶ୍ୱରରୁ ଆଉ ୪୬ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏଯାବତ୍ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୯୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୦୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆକ୍ଟିଭ କେଶ୍ ୧୦୬୯କୁ ବୃଦ୍ଧି ହୋଇଛି। ୧୧ ଜଣଙ୍କର ମୃତ୍ୟୁ ହୋଇଛି।

ଓଡ଼ିଶାରେ ଗୋଟିଏ ଦିନରେ ୧,୩୭୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୪୫୯ ରହିଛି। ୩୦ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

163-corona-patient-identified-in-bmc-area
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories