ଗାଁର ୧୬ ମହିଳାଙ୍କୁ ବାନ୍ଧି ନେଲା ପୋଲିସ୍‌

ଖଲ୍ଲିକୋଟ: ଜଣେ ବାପ ମା’ ଛେଉଣ୍ଡ ନାବାଳିକାଙ୍କୁ ଗଛରେ ବାନ୍ଧି ଅକଥନୀୟ ନିର୍ଯାତନା ଦେବା ଅଭିଯୋଗରେ ଖଲ୍ଲିକୋଟ ଭିକାପଡ଼ା ଗାଁର ୧୬ ଜଣ ମହିଳାଙ୍କୁ ଗତକାଲି ପୋଲିସ ଗିରଫ କରଛି। ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପଲିସ ପକ୍ଷରୁ କୁହାଯାଇଛି ।

ଦୁଇ ଦିନ ତଳେ ଖଲ୍ଲିକୋଟ ଥାନା ଅଧିନ ଭିକାପଡ଼ା ଗାଁରେ ଉକ୍ତ ନାବାଳିକାଙ୍କ ଚରିତ୍ର ଉପରେ ସନ୍ଦେହ କରି କଙ୍ଗାରୁ କୋର୍ଟ ହୋଇଥିଲା। କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ ମହିଳାମାନେ ନାବାଳିକାଙ୍କୁ ଘରୁ ଡାକି ଆଣି ଗଛରେ ବାନ୍ଧି ମାଡ଼ ମାରିଥିଲେ । ଘଟଣା ସଂପର୍କରେ ନାବାଳିକା ନିଜ ଜେଜେ ମା’ଙ୍କ ସହ ଯାଇ ଥାନାରେ ଅଭିଯୋଗ କରିଥିଲେ ।

ଏଠି କହି ରଖିବୁ, ନାବାଳିକାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବାବେଳେ ମାଆ କେଉଁଆଡ଼େ ଚାଲି ଯାଇଛନ୍ତି । ନାବାଳିକା ନିଜ ଜେଜେ ମାଆଙ୍କ ପାଖରେ ରହୁଛନ୍ତି।
ରାଳ

You might also like