୧୬ ଜଣ ଛାତ୍ରଛାତ୍ରୀ ଉଦ୍ଧାର: ମାଷ୍ଟ୍ରେ କରାଉଥିଲେ ଏହି କାମ

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ହଟବାଡି ଅଂଚଳରୁ ୧୬ ଜଣ ଛାତ୍ରଛାତ୍ରୀ ଉଦ୍ଧାର କରାଯାଇଛି। ଏମାନଙ୍କୁ ପାଠ ପଢାଇବା ବାହାନାରେ ଜଣେ ସ୍କୁଲ ଶିକ୍ଷକ ତାଙ୍କ ବସ୍ତା ତିଆରି ଫ୍ୟାକ୍ଟ୍ରି କାମରେ ଲଗାଉଥିଲେ। ଏନେଇ ଖବର ପାଇବା ପରେ ବିଶ୍ରା ଚାଇଲଡ ଲାଇନ ଅଧିକାରୀ ଓ ବିଶ୍ରା ପୋଲିସ ଚଢଉ କରି ନାବାଳକମାନଙ୍କୁ ଉଦ୍ଧାର କରିଛନ୍ତି।

ଉଦ୍ଧାର ହୋଇଥିବା ସମସ୍ତ ପିଲାଙ୍କୁ ବିଶ୍ରା ଚାଇଲଡ୍ ଲାଇନ୍‌ରେ ରଖାଯାଇଛି। ଆନ୍ୟପକ୍ଷରେ ପିଲାମାନଙ୍କୁ କାମ କରାଉଥିବା ଶିକ୍ଷକ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଧରପଗଡ଼ ଚାଲିଛି। ବେନ୍ତା ସ୍କୁଲର ଶିକ୍ଷକ ଗଣେଶ ପ୍ରସାଦ ଯାଦବ ନିଜ ଘର ପଛପଟେ ଥିବା ଫ୍ୟାକ୍ଟ୍ରିରେ ୧୬ଜଣଙ୍କୁ ଦୀର୍ଘ ଦିନରୁ କାମ କରାଇ ଆସୁଥିବା ଅଭିଯୋଗ ହୋଇଛି।

You might also like