• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪ ଜଣ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ ୨ଟି ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ପଟିଆ ଶ୍ରୀବିହାରର ଗୋଟିଏ ପରିବାରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ନିକଟ ଗୋଟିଏ ପରିବାରରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ୍‌-୪ ଶାସ୍ତ୍ରୀ ନଗରର ଗୋଟିଏ ପରିବାରରୁ ୨ଜଣ, ଡୁମୁଡୁମା ଫେଜ୍-୧ରୁ ଜଣେ, କଳିଙ୍ଗ ବିହାର ଶୈଳବାଳା ଏନ୍‌କ୍ଲେଭ୍‌ ନିକଟରୁ ଜଣେ, ସତ୍ୟ ନଗରରୁ ଜଣେ, ନୟାପଲ୍ଲୀ ସବର ସାହିରୁ ଜଣେ, ରସୁଲଗଡ଼ ନେତାଜୀ ବିହାରରୁ ଜଣେ, ଯଦୁପୁରରୁ ଜଣେ ଓ ୟୁନିଟ୍‌-୩ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଲୋକାଲ୍‌ କଣ୍ଟାକ୍ଟସ୍‌ କେସ୍‌ରେ ପଳାଶୁଣି କପିଳେଶ୍ୱର ବିହାରରୁ ଜଣେ ଓ ଏକ ଘରୋଇ ହସ୍ପିଟାଲ୍‌ର ଜଣେ କର୍ମଚାରୀ ଅଛନ୍ତି।

ଭୁବନେଶ୍ୱରେ କରୋନା ଆକ୍ରାନ୍ତଙ୍କ ୧୨୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୮ଜଣ ଚିକିତ୍ସାଧୀନ ଥିବାବେଳେ  ୬୦ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି।

16-more-new-covid-19-cases-reported-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories