ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା:  ଭୁବନେଶ୍ୱରରେ ପୁଣି ୧୬ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି ଭୁବନେଶ୍ୱରରେ ଆଉ ୧୬ ଟି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ତେବେ ଆଜି ଗୋଟିଏ ଦିନରେ କେବଳ ଭୁବନେଶ୍ୱରରେ ୧୮ଟି କୋଭିଡ୍-୧୯ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ତେବେ ଓଡ଼ିଶାରେ ମୋଟ କୋଭିଡ-୧୯ ପଜିଟିଭ୍‌ଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ୩୨ଟି ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ଚିହ୍ନଟ ହୋଇଥିବା ଭୁବନେଶ୍ୱର ୧୬ ଜଣଙ୍କ ମଧ୍ୟରୁ ୧୫ ଜଣ କେବଳ ବମିଖାଲ୍‌ରୁ ଚିହ୍ନଟ ହୋଇଛି। ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ସିଲ୍‌ ହୋଇ ରହିଛି। ଉକ୍ତ ଅଞ୍ଚଳରେ ସର୍ଭେ ଜାରି ରହିଛି। ତେବେ ସମସ୍ତ ସନ୍ଦିଗ୍ଧ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଅଲଗା ଟେଷ୍ଟ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।  ତେବେ ଅନ୍ୟ ଏକ ପଜିଟିଭ୍ କେଉଁ ଅଞ୍ଚଳର ବୋଲି ଏଯାବତ ଜଣାପଡ଼ି ନାହିଁ। ତେବେ ଭୟଭୀତ ନହୋଇ ଲୋକଙ୍କୁ ଘରେ ରହିବାକୁ ଅପିଲ୍‌ କରିଛି ବିଭାଗ।

ତେବେ ଏହି ୧୬ ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର କେଉଁ ଅଞ୍ଚଳର ସେମାନେଙ୍କ ଭ୍ରମଣ ତଥ୍ୟ ଆଜି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଆଜି ସକାଳେ ଭୁବନେଶ୍ୱରର ବମିଖାଲ୍‌ ଓ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଠାରେ ଏହି ଭାଇରସ୍‌ ଚିହ୍ନଟ ହୋଇଥିବା ବେଳେ ବମିଖାଲ୍‌ରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ, ୨୩ରେ ପହଞ୍ଚିଲା ସଂଖ୍ୟା

ଓଡ଼ିଶାରେ ପୁଣି ଜଣେ କୋଭିଡ୍-19 ପଜିଟିଭ୍ ଚିହ୍ନଟ

ରାଜ୍ୟର କରୋନା ସ୍ଥିତି ଓ ଘଟଣାକ୍ରମ ଏମିତି 

You might also like