• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ହେମଗିରି ଥାନା କନିକା ନିକଟରେ ଏକ ସଡକ ଦୁର୍ଘଟଣା ଘଟି ୧୬ ଜଣ ଆହତ ହୋଇଛନ୍ତି। ଗାଡିଟି ଦ୍ରୁତ ଗତିରେ ଯାଉଥିବାବେଳେ ଏକ ବାର୍‌ହାକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ପିକଅପ୍‌ ଭ୍ୟାନ୍‌ଟି ୧୬ ଜଣ ଶ୍ରମିକଙ୍କୁ ନେଇ ଯାଉଥିଲା। ଭ୍ୟାନଟି ଯାଉଥିବାବେଳେ ଏକ ବାର୍‌ହା ରାସ୍ତା ଉପରକୁ ଚାଲି ଆସିଲା। ଫଳରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ବାର୍‌ହାକୁ ଧକ୍କା ଦବେ ସହ ତଳକୁ ଓଲଟି ପଡ଼ିଥିଲା।  ଦୁର୍ଘଟଣାରେ ୧୬ ଜଣ ଶ୍ରମିକ ଆହତ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି।  ସମସ୍ତ ଆହତଙ୍କୁ ହେମଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷେ ଭ୍ୟାନ ଧକ୍କାରେ ବାର୍‌ହାରଟିର ମୃତ୍ୟୁ ଘଟିଛି।

ଏଠି କହିରଖିବୁ, ଗତକାଲି ବିଳମ୍ବିତ ରାତିରେ  କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡିରେ ପିକ୍ ଅପ୍ ଭ୍ୟାନ ଓଲଟି ପଡ଼ିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଥିଲା। ୧୩ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

16-injured-in-an-accident-at-sundargada
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories