ବେଗୁନିଆ ଥାନାରେ ଭଙ୍ଗାରୁଜା ମାମଲା: ୧୬ଜଣ ଗିରଫ, ୧୨ଟି ଗାଡ଼ି ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଭଙ୍ଗାରୁଜା ମାମଲାରେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। ବେଗୁନିଆ, ବୋଲଗଡ଼ ଅଞ୍ଚଳରେ ପୁଲିସ୍‌ର ୩ଟି ଟିମ୍ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଛି।

ଗତକାଲି ଥାନାରେ ଭଙ୍ଗାରୁଜା ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଜଣକୁ ଗିରଫ କରାଯିବା ସହ ୧୨ଟି ଗାଡ଼ିକୁ ପୁଲିସ୍‌ ଜବତ କରିଛି।

ସେପଟେ ଘଟଣାକୁ ନେଇ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ୍‌ ନୋଟିସ୍ କରିଛି। ଗତକାଲି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ଥାନାରେ ଭଙ୍ଗାରୁଜା କରିଥିଲେ। ଜଣେ ପୂର୍ବତନ ସରପଞ୍ଚଙ୍କୁ ଧମକ ଓ ପୁଲିସ୍‌ର ନିଷ୍କ୍ରିୟତା ପ୍ରତିବାଦରେ ଲୋକେ ତାତିଥିଲେ।

You might also like