• translate
Minati Mishra

ଭୁବନେଶ୍ୱର:ରାଜ୍ୟରେ ପୁଣି ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ହଜାର ୧୦୪କୁ ବୃଦ୍ଧି ପାଇଛି।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଛି ସୂଚନା।

ଆଜି ୧୯ ଜିଲ୍ଲାରୁ ୧୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବାବେଳେ କଟକରୁ୨୦, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳ ଜିଲ୍ଲାରୁ ୯, ଭଦ୍ରକ ଜିଲ୍ଲାରୁ ୭, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ନୂଆପଡ଼ା,  ମୟୂରଭଞ୍ଜ, ବରଗଡ଼, ସୋନପୁରରୁ ୩ ଲେଖାଏଁ ଆକ୍ରାନ୍ତ, ବଲାଙ୍ଗିର ଓ ସମ୍ବଲପୁରରେ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, କେନ୍ଦୁଝର, ମାଲକାନଗିରିରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୧୧୨୬ ସୁସ୍ଥ ହୋଇଥିବାବେଳେ ୯୬୯ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଥିଲେ ବି କରୋନାରେ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Other Stories

  • Dibyanga Man
    Divyang Man ମତେ ଛାଡ଼… ମୁଁ ଆଜି କିରୋସିନି ଢ଼ାଳି ହେଇ ମରିବି…

    ପାରାଦୀପ ଲକ୍ ଥାନା ସମ୍ମୁଖରେ ହେମନ୍ତ ପ୍ରଧାନ ନାମକ ଦିବ୍ୟାଙ୍ଗ ବ୍ୟକ୍ତି ଆଜି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଘର ନିକଟସ୍ଥ କୋଠି ଗାଁରେ। ଦେହରେ କିରାସିନି ଢାଳି ସେ ନିଜକୁ ଜାଳିବାକୁ ଉଦ୍ୟମ କଲାବେଳେ ପୋଲିସ...

  • BJP Protest
    Mamita Murder Case ଦୌଡି ଦୌଡି ଆସିଲେ ଅଣ୍ଡା ମାରିଦେଇଗଲେ

    ପୋଲିସକୁ ଅଣ୍ଡା ମାଡ଼ । ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି ।

  • DRDO Espionage Case
    DRDO Espionage Case ଦୁବାଇରୁ ଆସିଥିଲା ଟଙ୍କା

    DRDO ହନିଟ୍ରାପ୍ ମାମଲାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି.. ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜରୁ ଆସିଥିଲା ୨୪ ହଜାର ଟଙ୍କା.. ରାହସ୍ୟମୟୀ ମହିଳା ରାଜସ୍ଥାନ ମିଲିଟାରୀ ଇଂଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ମଧ୍ୟ ହନିଟ୍ରାପ୍...

  • Bar
    Bhubaneswar Bars & Pubs ରଙ୍ଗଶାଳାର ରଙ୍ଗ ଛାଡ଼ିଗଲା, ବାରରେ ଝୁଲିଲା ତାଲା

    ଚାଲିଥିଲା ନାଚଗୀତ। ଖୁଲମଖୁଲା ହେଉଥିଲା ବେପାର। ମସଗୁଲ ହୋଇ ମଦ ପିଉଥିଲେ ମଦ୍ୟପ। ହଠାତ ରଙ୍ଗଶାଳାର ଝକିମିକି ଲାଇଟ ଲିଭିଗଲା। କେହି କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଗଲା ଚଢାଉ। ମନୀଷ ହତ୍ୟାକାଣ୍ଡ ପରେ ସ୍କାନରରେ ବାର।...