ରାଜ୍ୟରେ ଆଉ ୧୫୨୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୫୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୮୨୦୭୩ ରେ ପହଞ୍ଚିଛି।

ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୮୫ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୧୩, କଟକ ୧୦୨, ଜଗତସିଂହପୁର ୯୪, ଅନଗୁଳ ୮୯, ନୂଆପଡ଼ାରୁ ୭୦, ଝାରସୁଗୁଡ଼ା ୬୮, ସୁନ୍ଦରଗଡ଼ରୁ ୬୫, ବଲାଙ୍ଗୀର ୬୩, କେନ୍ଦ୍ରାପଡ଼ାରୁ ୫୩, ବାଲେଶ୍ୱର ୫୦ ଜଣ ସୁସ୍ଥ ହୋଇଛନ୍ତି।

ଯାଜପରୁ ୪୮, ବରଗଡ଼ ୪୬, ପୁରୀ ୪୫, ଗଞ୍ଜାମ ୩୬ ଓ କେଉଁଝରରୁ ୩୦, ସମ୍ବଲପୁରରୁ ୨୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଭଦ୍ରକ ୨୬, ଢେଙ୍କାନାଳ ୨୫, ସୋନପୁର ୨୫, କଳାହାଣ୍ଡି ଓ କୋରାପୁଟରୁ ୨୪, ବୈଦ୍ଧ ୧୭, ନବରଙ୍ଗପୁର ଓ ନୟାଗଡ଼ରୁ ୧୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସେହିପରି ଦେଓଗଡ଼ରୁ ୧୧, ରାୟଗଡ଼ାରେ ୧୦, କନ୍ଧମାଳ ଓ ମାଲକାନଗିରି ୮ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଗଜପତି ଜିଲ୍ଲାରୁ ୫ ଜଣ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲରୁ ୨୧ ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରିଛି।

 

You might also like