ରାୟଗଡ଼ାରେ ୨୧୮ ଜେଲ୍ ଅନ୍ତେବାସୀଙ୍କୁ କରୋନା

ରାୟଗଡ଼ା: ଚିନ୍ତା ବଢାଇଲା ରାୟଗଡା। ଆଜି ଚିହ୍ନଟ ହୋଇଥିବା ପଜିଟିଭ ମଧ୍ୟରେ ରାଜ୍ୟର ଦ୍ୱିତୀୟ ସ୍ଥାନରେ ରହିଛି ରାୟଗଡା। ଜେଲ୍ ଅନ୍ତେବାସୀ ସଂକ୍ରମିତ ହେବା କରୋନା ବ୍ୟାପିବାର ମୂଳ କାରଣ। ରାୟଗଡ଼ା ଜିଲ୍ଲାରେ ୨୧୮ ଜେଲ୍ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାୟଗଡ଼ା ସବଜେଲରେ ୫ ଷ୍ଟାଫ୍ ସମେତ ୧୫୭ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ଗୁଣପୁର ସବ୍‌ଜେଲ୍‌ରେ ୬୧ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ ବେହେରାଙ୍କ ସୂଚନା ଦେଇଛନ୍ତି। ତେବେ ସମସ୍ତ ଆକ୍ରାନ୍ତ ଲକ୍ଷଣ ବିହୀନ ରହିଛି। ସମସ୍ତଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି।

ଓଡ଼ିଶାରେ ୩,୬୮୨ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୬୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୨,୨୪୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୪୪୧ ରହିଛି। ଖୋର୍ଦ୍ଧା (Khordha) ରୁ ସର୍ବାଧିକ ୭୭୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ରାୟଗଡ଼ା ଜିଲ୍ଲାରୁ ୪୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି।

You might also like